Advertisment

ମିଜୋରାମରେ ମଣିପୁର ତାତି: ରାଜ୍ୟ ଛାଡ଼ିବାକୁ ମୈତୈମାନଙ୍କୁ ଏହି ସଂଗଠନର ନିର୍ଦ୍ଦେଶ

ଉଗ୍ରବାଦୀ ସଂଗଠନର ଏପରି ଆହ୍ୱାନ ପରେ ମିଜୋରାମ ସରକାର ରାଜ୍ୟର ରାଜଧାନୀ ଅଜିୱାଲରେ ରହୁଥିବା ମୈତୈ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।

author-image
Hemant Lenka
 Mizoram

Mizoram

ମଣିପୁରରେ ସଂଖ୍ୟାବହୁଳ ମୈତୈ ସଂପ୍ରଦାୟର ଅତ୍ୟାଚାର ବଢ଼ୁଥିବା ବେଳେ ଏହାର ପ୍ରଭାବ ମିଜୋରାମରେ ଦେଖିବାକୁ ମିଳିଛି। ମିଜୋରାମରେ ରହୁଥିବା ମୈତୈ ସଂପ୍ରଦାୟର ଲୋକଙ୍କୁ ତୁରନ୍ତ ରାଜ୍ୟ ଛାଡ଼ିବାରୁ ପୂର୍ବତନ ଉଗ୍ରବାଦୀ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଉଗ୍ରବାଦୀ ସଂଗଠନର ଏପରି ଆହ୍ୱାନ ପରେ ମିଜୋରାମ ସରକାର ରାଜ୍ୟର ରାଜଧାନୀ ଅଜିୱାଲରେ ରହୁଥିବା ମୈତୈ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ଅଜିୱାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପିସ ଆର୍କୋଡ ଏମଏନଏଫ ରିଟର୍ଣ୍ଣନିଜ ଆସୋସିଏସନ(PAMRA) ନିଜର ସୁରକ୍ଷା ପାଇଁ ମେତୈ ସଂପ୍ରଦାୟର ଲୋକଙ୍କୁ ରାଜ୍ୟ ଛାଡ଼ିବାକୁ କହିଛି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଏହି ସଂପ୍ରଦାୟର ଲୋକମାନେ ଚଲାଇ ଥିଲେ। ଏଥିପାଇଁ ମିଜୋ ଯୁବଗୋଷ୍ଠୀ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ମିଣିପୁର ଘଟଣାରେ ମିଜୋମାନଙ୍କ ଭାବାବେଗ ଗଭୀର ଭାବେ ଆଘାତ ପାଇଛି। ମିଜୋରାମରେ ମୈତୈଙ୍କୁ ନେଇ ଯଦି କୌଣସି ପ୍ରକାରର ଅଘଟଣ ଘଟେ, ତା’ହେଲେ ସେଥିପାଇଁ ସେମାନେ ହିଁ ଦାୟୀ ରହିବେ। ମିଜୋରାମରେ ସ୍ଥିତି ବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ମଣିପୁରର ମୈତୈ ଲୋକଙ୍କ ପାଇଁ ମିଜୋରାମ ଆଦୌ ସୁରକ୍ଷିତ ନୁହେଁ।

ମଣିପୁରରେ ଦୁର୍ବୃତ୍ତମାନେ ଯେଉଁଭଳି ଅମାନବୀୟକାଣ୍ଡ ଘଟାଇଲେ, ତାହା ସମସ୍ତଙ୍କୁ ମାର୍ମହତ କରିଛି। ତେଣୁ PAMRA ମୈତୈ ସଂପ୍ରଦାୟର ଲୋକମାନଙ୍କୁ ନିଜର ସୁରକ୍ଷା ପାଇଁ ମଣିପୁର ଚାଲି ଯିବାକୁ କହିଛି ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।

ଏପରି ଆହ୍ୱାନ ପରେ ମିଜୋରାମ ସରକାର ମୈତଅ ସଂପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ତାଙ୍କ ମଣିପୁର ପ୍ରତିପକ୍ଷ ଏନ ବୀରେନ ସିଂହଙ୍କ ସହ ଫୋନରେ କଥା ହୋଇ ରାଜ୍ୟରେ ରହୁଥିବା ମୈତୈ ସଂପ୍ରଦାୟର ସୁରକ୍ଷା ଗ୍ୟାରେଣ୍ଟ ନେଇଛନ୍ତି। ମଣିପୁର ସରକାର ମଧ୍ୟ ପୁଣିଥରେ ମଜୋରାମ ଓ କେନ୍ଦ୍ର ସରକାରଙ୍କ ସହ ମୈତୈଙ୍କ ସୁରକ୍ଷାକୁ ନେଇ କଥା ହୋଇଥିବା ଜଣାପଡ଼ିଛି।

PAMRA ହେଉଛି ଗୋଟିଏ ଅଣ ରାଜନୀତିକ ସଂଗଠନ। ପୂର୍ବତନ ଉଗ୍ରବାଦୀ ସଂଗଠନ ମିଜୋ ନ୍ୟାଶନାଲ ଫ୍ରଣ୍ଟର ଗୋଟିଏ ଅଂଶ।

Mizoram Manipur Violence