Advertisment

ନିଜ ପରିବାରକୁ ନିଜେ କଲେ ନିପାତ; ୮ ଜଣଙ୍କୁ ହାଣି ଗଛରେ ଝୁଲି ପଡ଼ିଲେ

ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲେ। ରାତିର ଅନ୍ଧକାରରେ ଖେଳିଲେ ରକ୍ତର ହୋଲି। ଜଣକ ପରେ ଜଣେ ଆତ୍ମୀୟଙ୍କୁ କୁରାଢ଼ିରେ ହାଣି କଲବଲ କରି ନେଲେ ୮ ଜୀବନ ।

Murder

Murder

Advertisment

ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲେ। ରାତିର ଅନ୍ଧକାରରେ ଖେଳିଲେ ରକ୍ତର ହୋଲି। ଜଣକ ପରେ ଜଣେ ଆତ୍ମୀୟଙ୍କୁ କୁରାଢ଼ିରେ ହାଣି କଲବଲ କରି ନେଲେ ୮ ଜୀବନ । ଛୋଟଠୁ ବଡ଼ କାହାକୁ ଛାଡ଼ିଲେନି। ଘର ଚଟାଣରେ ବୋହିଲା ରକ୍ତର ନଦୀ, ଗଡ଼ିଲା ଅତ୍ମୀୟଙ୍କ ମୁଣ୍ଡ। ଏପରି ନାରକୀୟ କାଣ୍ଡ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତିଜଣକ ଘରଠୁ ଶହେ ଦୂରରେ ଏକ ଗଛରେ ନିଜେ ବି ଝୁଲି ପଡ଼ିଛନ୍ତି।

Advertisment

ଏପରି ଏକ ଭୟଙ୍କର ଘଟଣା ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଘଟିଛି। ମହୁଲଝିର ଥାନା ଅଞ୍ଚଳରେ ଥିବା ବୋଦଲ କଚ୍ଛାର ଗାଁରେ ଏହି ସାଂଘାତିକ ଘଟଣା ଘଟିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ହତ୍ୟା ଅଭିଯୁକ୍ତଜଣକ ପରିବାରର ସଦସ୍ୟ ହୋଇଥିବା ବେଳେ ଦୀର୍ଘ ଦିନ ହେବ ମାନସିକ ରୋଗରେ ପୀଡ଼ିତ ଥିଲେ। ଗତ ରାତିରେ ସେ ଏକ କୁରାଢ଼ି ସାହାଯ୍ୟରେ ନିଜ ଭାଇ, ଭାଉଜ, ପତ୍ନୀଙ୍କ ସମେତ ୮ ଜଣଙ୍କୁ ଆଖି ବୁଜି ହାଣି ଦେଇଥିଲେ। ଫଳରେ ଘରେ ଛଟପଟ ହୋଇ ସମସ୍ତଙ୍କ ଜୀବନ ଚାଲିଗଲା।

Advertisment

ନିଜ ପରିବାରକୁ ନିଜ ହାତରେ ନିପାତ କରିବା ପରେ ବ୍ୟକ୍ତିଜଣକ ନିଜ ଭୁଲ୍‌ ବୁଝି ପାରିଲେ। ଏପରିକି ଘର ଚଟାଣରେ କ୍ତର ନଦୀ ବୋହିବାରୁ ବ୍ୟକ୍ତିଜଣକ ନିଜ ହିତାହିତ ଜ୍ଞାନ ହରାଇ ବସିଲେ।

ଏହାପରେ ସେ ରାତିରେ ଘରଠୁ ଶହେ ମିଟର ଦୂରକୁ ଚାଲି ଯାଇଥିଲେ। ସେଠାରେ ଥିବା ଏକ ଗଛରେ ସେ ଝୁଲି ନିଜ ଜୀବନ ହାରିଛନ୍ତି। ଏହି ଘଟଣାରେ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଛୋଟ ଛୁଆ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ପିଲାଟି ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Family Dead Mass Murder Sucide Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe