ଜୟ ଶ୍ରୀ ରାମ’ ନାରା ଦେବାରୁ ମହାଭାରତ; ୩ ଯୁବକଙ୍କୁ ପିଟି ଲହୁଲୁହାଣ କଲେ

‘ଜୟ ଶ୍ରୀ ରାମ’ ନାରା ଦେବାରୁ ହେଲା ଉଚ୍ଚବାଚ । ଏହାକୁ ନେଇ ରାସ୍ତା ଉପରେ ଆରମ୍ଭ ହେଲା ମହାଭାରତ । ପରିସ୍ଥିତି ଏପରି ହେଲା ଯେ କାର୍‌ରେ ବସି ଏପରି ନାରା ଦେଉଥିବା ୩ ଜଣଙ୍କୁ ପିଟି ଲହୁଲୁହାଣ କଲେ ୪ ଯୁବକ ।

Representational Image

  • Published: Thursday, 18 April 2024
  • , Updated: 18 April 2024, 10:35 AM IST

‘ଜୟ ଶ୍ରୀ ରାମ’ ନାରା ଦେବାରୁ ହେଲା ଉଚ୍ଚବାଚ । ଏହାକୁ ନେଇ ରାସ୍ତା ଉପରେ ଆରମ୍ଭ ହେଲା ମହାଭାରତ । ପରିସ୍ଥିତି ଏପରି ହେଲା ଯେ କାର୍‌ରେ ବସି ଏପରି ନାରା ଦେଉଥିବା ୩ ଜଣଙ୍କୁ ପିଟି ଲହୁଲୁହାଣ କଲେ ୪ ଯୁବକ ।

ପୁଲିସ୍‌ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ବାଙ୍ଗାଲୁରୁରେ ଘଟିଛି।

ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ପବନ କୁମାର, ରାହୁଲ ଓ ବିନାୟକ । ସେମାନେ ଜୟ ଶ୍ରୀରାମ ନାରା ଦେଇ ବାଙ୍ଗାଲୁରର ଚିକ୍କାୱେଟାହଲ୍ଲି ଅଞ୍ଚଳରେ  ଏକ କାର୍‌ରେ ଯାଉଥିଲେ। ଏହାଦେଖି ବାଇକ୍‌ରେ ଯାଉଥିବା ଦୁଇ ଜଣ ଯୁବକ ଫରମାନ ଓ ସମୀର ତାଙ୍କୁ ଅଟକାଇ  ଏପରି ନାରା ଦେବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା।

କିଛି ସମୟ ପରେ ଫରମାନ ଓ ସମୀର ଉକ୍ତ ୩ ଯୁବକଙ୍କୁ ପ୍ରବଳ ପିଟିଥିଲେ। ଏହି ଆକ୍ରମଣରେ ଆଉ ଦୁଇ ନାବାଳକ ବି ସାମିଲ ହୋଇଥିଲେ। ଏହି ଆକ୍ରମଣରେ ରାହୁଲ ଓ ପବନ କୁମାର ଗୁରୁତର ହୋଇ ପଡ଼ିଥିଲେ। 

ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଫରମାନ ଓ ସମୀରଙ୍କୁ ବାନ୍ଧିଥିବା ବେଳେ ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story