/odisha-reporter/media/post_attachments/uploadimage/library/16_9/16_9_0/RS_500_1731148235.jpg)
RS 500
ନକଲି ନୋଟ କାରବାର କରୁଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ୍। ଏହି ଦୁଇ ଜଣ ମାର୍କେଟକୁ ୩୦ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଛାଡ଼ିଥିଲେ। ଉଭୟ ଏତେ ଯତ୍ନର ସହ ନୋଟକୁ ଛାପି ଥିଲେ ଯେ ଖାଲି ଆଖିରେ ଏହା ନକଲି କି ଅସଲି ଜାଣିବା ବଡ଼ ମୁସ୍କିଲ। ତଥାପି ପୁଲିସ୍ ୨ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶର ସୋନଭଦ୍ରାରୁ ଗିରଫ କରି ପୂରା ରାକେଟ ଉପରୁ ପରଦା ହଟାଇଛି।
ପୁଲିସ୍ର କହିବା କଥା ଯେ ଅଭିଯୁକ୍ତ ସତୀଶ ରାୟ ଓ ପ୍ରମୋଦ ମିଶ୍ର ଗୋଟିଏ କମ୍ପ୍ୟୁଟର ପ୍ରିଣ୍ଟର ଦ୍ୱାରା ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ନକଲି ୫୦୦ ଟଙ୍କିଆ ନୋଟ ଛାପୁଥିଲେ। ସେମାନେ ଏହି ଷ୍ଟାମ୍ପ ପେପରକୁ ମିର୍ଜାପୁରରୁ ଆଣିଥିଲେ। ତେବେ ସେମାନେ ଛାପୁଥିବା ନକଲି ନୋଟରେ କ୍ରମିକ ସଂଖ୍ୟା ବା ସିରିଏଲ ନମ୍ବର ସମାନ ରହିଥିଲା।
ପ୍ରଥମେ ସେମାନେ ୩୦ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ମାର୍କେଟକୁ ଛାଡ଼ିଥିଲେ। ଏହାପରେ ଆଉ ୧୦ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟକୁ ସୋନଭଦ୍ରାର ରାମଗଡ଼ ମାର୍କେଟରେ ଖର୍ଚ୍ଚ କରିବାକୁ ବାହାରିଥିଲେ। ସେମାନେ କାରବାର କରିବା ବେଳେ ହିଁ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଅତିରିକ୍ତ ଏସ୍ପି କାଳୁ ସିଂହ କହିଛନ୍ତି, “ଆମେ ଦୁଇ ଅଭିଯୁକ୍ତଙ୍କ ଠାରୁ ୨୦ଟି ନକଲି ୫୦୦ ଟଙ୍କିଆ ନୋଟ ପାଇଉଛୁ। ସେମାନେ ଏହାକୁ ଏତେ ଯତ୍ନର ସହ ଛାପି ଛନ୍ତି ଯେ ଜଣେ ହଠାତ୍ ଏହା ନକଲି ବୋଲି ଜାଣିପାରିବ ନାହିଁ।
କେବଳ ଏହାକୁ ଭଲ ଭାବେ ଦେଖିଲେ ନକଲି ନୋଟ ବୋଲି ହୃଦୟଙ୍ଗମ ହେବ। ଦୁଇ ଅଭିଯୁକ୍ତ ମିନରାଲ ପାଣି ବିଜ୍ଞାପନ ଛାପୁ ଥିବା ପରିଚୟ ଦେଉଥିଲେ। ସେମାନେ ୟୁଟ୍ୟୁବରୁ ନକଲି ନୋଟ ଛାପିବାର କଳା ଶିଖିବା ପରେ ଏମିତି କରିଛନ୍ତି।”
ପୁଲିସ ଦୁଇ ଜଣଙ୍କ ଠାରୁ ନକଲି ନୋଟ ବ୍ୟତୀତ ଗୋଟିଏ ଅଲ୍ଟୋ କାର, ନକଲି ନୋଟ ଛାପିବା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ, ଲ୍ୟାପଟପ, ଗୋଟିଏ ପ୍ରିଣ୍ଟର ଓ ୨୭ଟି ଷ୍ଟାମ୍ପ ପେପର ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
