Advertisment

ବିଚ୍‌ ରାସ୍ତାରେ ବ୍ୟକ୍ତିଙ୍କ ଅଜବ କାଣ୍ଡ; ନିଜ ପେଟକୁ ଛୁରୀ ଭୁଷି ବେକକୁ ବି କାଟିଲେ

ବ୍ୟକ୍ତିଜଣକ ପ୍ରଥମେ ନିଜ ପେଟରେ ଛୁରୀ ଭୁଷିବା ସହ ପରେ ସେଥିରେ ନିଜ ବେକ କାଟିବାକୁ ବି ଲାଗିଲେ। ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

author-image
Niharika Rout
undefined

Attack

ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘଟାଇଲେ ଅଭାବନୀୟ କାଣ୍ଡ। ବିଚ୍‌ ରାସ୍ତାରେ ନିଜକୁ କ୍ଷତାକ୍ତ କରି ଜୀବନ ହାରିବାକୁ କଲେ ଚେଷ୍ଟା। ବ୍ୟକ୍ତିଜଣକ ପ୍ରଥମେ ନିଜ ପେଟରେ ଛୁରୀ ଭୁଷିବା ସହ ପରେ ସେଥିରେ ନିଜ ବେକ କାଟିବାକୁ ବି ଲାଗିଲେ। ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ସାଂଘାତିକ ଘଟଣା କର୍ଣ୍ଣାଟକାର ଦାବଣଗେରେର ଶାମନୁର ଅଞ୍ଚଳରେ ଘଟିଛି।

Advertisment

ଗତକାଲି ବିଚ୍‌ ରାସ୍ତାରେ ଚେତନ ନାମକ ବ୍ୟକ୍ତି ଏକ ଛୁରୀ ସାହାଯ୍ୟରେ ନିଜ ବେକ କାଟିବାକୁ ଚେଷ୍ଟା କଲେ। ଏହାଦେଖି ତୁରନ୍ତ କିଛି ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କଲେ। ମାତ୍ର ସେତେବେଳକୁ ତାଙ୍କ ବେକରେ ଆଘାତ ଲାଗି ଧାର ଧାର ରକ୍ତ ବୋହୁଥିଲା । ଡାକ୍ତର ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିବାକୁ ଯାଉଥିବା ବେଳେ ସେଠାରୁ ଫେରାର ହୋଇ ଯାଇଥିଲେ ଚେତନ।

ସେଠାରେ ଥିବା ଲୋକେ ବି ତାଙ୍କ ପିଛା କରିଥିଲେ। ମାତ୍ର ତତ୍‌କ୍ଷଣାତ ଚେତନ ଜାତୀୟ ରାଜପଥ ଉପରେ ଛିଡ଼ା ହୋଇ ପ୍ରଥମେ ନିଜ ପେଟକୁ ଛୁରୀ ଭୁଶିବା ସହ ପରେ ନିଜ ବେକକୁ ପୁଣି ଥରେ କାଟିବାକୁ ଲାଗିଲେ। ସେଠାରୁ ଲୋକେ ତାଙ୍କୁ ଉଦ୍ଧାର କରି ପୁଣି ଥରେ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Advertisment

ଚେତନ ମାନସିକ ରୂପେ ଅସୁସ୍ଥ ଥିବା ଜଣାଯାଇଛି। ତାଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ଚେତନ ସବୁବେଳେ କିଛି ନ କହି ଘରୁ ପଳାଇଥାଏ। ଗତ କିଛି ଦିନ ହେବ ସେ ଘରୁ ପଳାଇ ଆସିଥିବା ବେଳେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶୁଣିବାକୁ ପାଉଛୁ ।

Karnataka Suicide Threat