Advertisment

ଜବତ ହେଲା ୨୫ ଶହ କୋଟି ଟଙ୍କାର 'Meow Meow’

ପ୍ରଥମେ ପୁଣେରୁ ୩ ଜଣ ପାଉଡର ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭୦୦ କେଜିର 'Meow Meow’ ଜବତ କରାଯାଇଥିଲା।

Drug

Drug

Advertisment

ଜବତ ହୋଇଛି ବ୍ୟାନ୍‌ ହୋଇଥିବା ନିଶା ଔଷଧ ମେଫେଡ୍ରୋନ(ଏମଡି)। ଏହା 'Meow Meow’ ନାଁରେ ବେଶ ପରିଚିତ। ପୁଲିସ୍‌ ଦୁଇ ଦିନ କାଳ ରେଡ କରି ୧୧ ଶହ କେଜିର 'Meow Meow’କୁ ଦିଲ୍ଲୀ ଓ ପୁଣେରୁ ଜବତ କରିଛି। ଏହାର ବଜାର ମୂଲ୍ୟ ୨୫୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି।

Advertisment

ପୁଲିସ୍‌ ସୂଚନା ଦେଇଛି ଯେ ପ୍ରଥମେ ପୁଣେରୁ ୩ ଜଣ ପାଉଡର ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭୦୦ କେଜିର 'Meow Meow’ ଜବତ କରାଯାଇଥିଲା। ସେମାନଙ୍କୁ ଜେରା କରିବା ବେଳେ ଆଉ କିଛି ତଥ୍ୟ ମିଳିଥିଲା।

ଉକ୍ତ ତଥ୍ୟ ଆଧାରରେ କରାଯାଇଥିବା ରେଡ ବେଳେ ଆଉ ୪୦୦ କେଜି 'Meow Meow’ ଜବତ ହୋଇଛି। ଏହି ୪୦୦ କେଜିର ନିଶା ଦ୍ରବ୍ୟକୁ ଦିଲ୍ଲୀର ହାଉଜ ଖାସ ଅଞ୍ଚଳରେ ଥିବା ଗୋଦାମରୁ ଜବତ କରାଯାଇଛି। ଏଗୁଡ଼ିକୁ ବସ୍ତା ଓ ପ୍ଲାଷ୍ଟିକ ଡ୍ରମ୍‌ରେ ରଖାଯାଇଥିଲା।

Advertisment

ସେହିପରି ପୁଣେର କୁରକୁମ୍ଭ ଏମଆଇଡିସି ଅଞ୍ଚଳରେ ଗଚ୍ଛିତ ହୋଇ ରହିଥିବା ବ୍ୟାନ ମେଫେଡ୍ରୋନକୁ ମଧ୍ୟ ପୁଲିସ୍‌ ଜବତ କରିଛି। ପ୍ରଥମ ଥର ପାଇଁ ପୁଣେ ପୁଲିସ୍‌ ଏତେ ମାତ୍ରାରେ ନିଶାଦ୍ରବ୍ୟକୁ ଖୋଲା ବଜାରରୁ ଜବତ କରିବାକୁ ସକ୍ଷମ ହୋଇଛି। 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୁଣେର କୁରକୁମ୍ଭ ସ୍ଥିତ ଗୋଟିଏ ଗୋଦାମରୁ 'Meow Meow’କୁ ଦିଲ୍ଲୀକୁ ପଠାଯାଇଥିଲା। ପୁଲିସ୍‌ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୩ ଜଣ କୋରିୟର ରହିଛନ୍ତି। ସେହିପରି ଅନ୍ୟ ୨ ଜଣଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ପୁଣେ ପୁଲିସ କମିଶନର ଅମିତେଶ କୁମାର ଗିରଫ ଅଭିଯୁକ୍ତମାନଙ୍କୁ କୋରିୟର ବୟ ଭାବେ ଅଭିହିତ କରିଛନ୍ତି। ସେମାନଙ୍କ ନାଁରେ ପୂର୍ବ ମଧ୍ୟ ମାମଲା ରହିଥିଲା। ପୁଲିସ୍‌ ଏବେ ବେଶ ଗୁରୁତ୍ୱର ସହ ଅନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହ ମିଶି ନିଶା କାରବାର ସମ୍ପର୍କରେ ତଦନ୍ତ କରୁଛି ବୋଲି ସେ କହିଛନ୍ତି। 

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅନୀଲ ସାବଲେ ନାମକ ଜଣେ ବ୍ୟକ୍ତି ରହିଛନ୍ତି। ସେ ପୁଣେରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀର ମାଲିକ। ଉକ୍ତ ଫ୍ୟାକ୍ଟ୍ରୀରେ ହିଁ ଡ୍ରଗ୍ସ ରଖାଯାଇଥିଲା। ଆଜି ସକାଳୁ ଅନୀଲଙ୍କୁ ମହାରାଷ୍ଟ୍ରର ଡୋମ୍ବିଭାଲିରୁ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଲିଙ୍କ କୁଖ୍ୟାତ ନିଶା ବେପାରୀ ଲଳିତ ପାଟିଲ ସହ ଥିବା ମଧ୍ୟ ପୁଲିସ୍‌ ସନ୍ଦେହ କରୁଛି।

Delhi Maharashtra Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe