Advertisment

ମେଟ୍ରୋ କୋଚରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା

ମେସେଜରେ କେଜ୍ରିୱାଲଙ୍କୁ ଦିଲ୍ଲୀ ଛାଡ଼ି ଦେବାକୁ ଧମକ ଦିଆଯାଇଛି। ସେହିପରି ତାଙ୍କୁ ପଞ୍ଚ ଓ ଚାପୁଡ଼ା ମରାଯିବ ବୋଲି କୁହାଯାଇଛି।

author-image
Hemant Lenka
Kejriwal

Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଧମକ। ମେଟ୍ରୋ ଟ୍ରେନର ଏକାଧିକ କୋଚରେ କେଜ୍ରିୱାଲଙ୍କୁ ଧମକ ଦେଇ ଲେଖାଯାଇଛି ମେସେଜ। ସୋଶାଲ ମିଡିଆରେ ମଧ୍ୟ ଉକ୍ତ ଧମକପୂର୍ଣ୍ଣ ବାର୍ତ୍ତାର ଫଟୋ ଭାଇରାଲ ହେବାରେ ଲାଗିଛି।

Advertisment

ପୁଲିସ୍‌ର କହିବା କଥା ଯେ ଏକାଧିକ ମେଟ୍ରୋ କୋଚ ଓ ଷ୍ଟେସନର କାନ୍ଥରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ ଲେଖାଯାଇଛି। ଅଙ୍କିତ.ଗୋଏଲ_୯୧ ଇନଷ୍ଟାଗ୍ରାମରେ ମଧ୍ୟ ଏହାର ଫଟୋ ଶେୟାର କରାଯାଇଛି। ମେସେଜରେ କେଜ୍ରିୱାଲଙ୍କୁ ଦିଲ୍ଲୀ ଛାଡ଼ି ଦେବାକୁ ଧମକ ଦିଆଯାଇଛି। ସେହିପରି ତାଙ୍କୁ ପଞ୍ଚ ଓ ଚାପୁଡ଼ା ମରାଯିବ ବୋଲି କୁହାଯାଇଛି।

ଆଉ ଗୋଟିଏ ମେସେଜରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆମକୁ ଛାଡ଼ି ଚାଲି ଯାଅ ଓ ଆମେ ଆଉ ମାଗଣା ଜିନିଷ ଚାହୁଁ ନାହୁଁ ବୋଲି କୁହାଯାଇଛି। ପଟେଲ ନଗର, ରମେଶ ନଗର ଓ ରାଜୀବ ଚୌକ ମେଟ୍ରୋ ଷ୍ଟେସନ କାନ୍ଥ ସମେତ ଏକାଧିକ କାନ୍ଥରେ ଏପରି ଧମକପୂର୍ଣ୍ଣ ମେସେଜ ଲେଖା ହୋଇଛି। ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଅନ୍ୟପକ୍ଷରେ ଏପରି ଧମକପୂର୍ଣ୍ଣ ମେସେଜ ପଛରେ ବିଜେପିର ହାତ ଥିବା ଆପ କହିଛି। ବିଜେପି ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ହାରିବାକୁ ଯାଉଥିବାରୁ ଏପରି କାମ ଆରମ୍ଭ କରିଥିବା ଆପ୍‌ ଅଭିଯୋଗ କରିଛି।

Delhi Arvind Kejriwal AAP