ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ମୈତୈ ସଂପ୍ରଦାୟର ୯ଟି ସଂଗଠନକୁ ବ୍ୟାନ କରିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସଂଗଠନ ମଣିପୁରରେ ସକ୍ରିୟ ଭାବେ କାମ କରୁଛନ୍ତି। ସଂଗଠନ ଗୁଡ଼ିକ ସହ ଜଡ଼ିତ ଥିବା ସମସ୍ତ ଶାଖା ଓ ସମ୍ମୁଖ ଭାଗ ସଂଗଠନକୁ ମଧ୍ୟ ୟୁଏପିଏ ବଳରେ ନିଷିଦ୍ଧ କାରାଯାଇଛି। ଆସନ୍ତା ୫ ବର୍ଷ ପାଇଁ ସଂଗଠନ ଓ ଏହାର ଶାଖାଗୁଡ଼ିକ ଉପରେ ବ୍ୟାନ ଲଗାଯାଇଛି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପିପୁଲ୍ସ ଲିବେରସନ ଆର୍ମି(ପିଏଲଏ) ଓ ଏହାର ରାଜନୀତି ଶାଖା, ଆରପିଏଫ, ୟୁଏନଏଲଏଫ ଓ ଏହାର ସଶସ୍ତ୍ର ବାହିନୀ, ମଣିପୁର ପିପୁଲ୍ସ ଆର୍ମି (ଏମପିଏ), ପିଆରଇପିଏକେ ଓ ଏହାର ସଶସ୍ତ୍ର ବାହିନୀ ରେଡ ଆର୍ମି, କେସିପି ଓ ଏହାର ଆର୍ମଡ ୱିଙ୍ଗ, କେୱାଇକେଏଲ, କୋରକମ ଓ ଏଏସ୍ୟୁକେ ଉପରେ ବ୍ୟାନ ଲଗାଇଛି। ୟୁଏପିଏ ଆଇନ ୧୯୬୭ର ଧାରା ୩ ଅନ୍ତର୍ଗତ ସବ ସେକସନ ୧ ଅନୁଯାୟୀ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ସମସ୍ତ ବିଦ୍ରୋହୀ ମୈତୈ ସଂଗଠନ ଗୁଡ଼ିକ ମଣିପୁରର କିଛି ଅଂଶର ସ୍ୱାଧୀନତା ଚାହୁଁଛନ୍ତି। ସେମାନେ ମଣିପୁର ଓ ଭାରତରୁ ଉକ୍ତ ଅଂଶକୁ ଅଲଗା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏମାନେ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିଲେ। ତେଣୁ ସେମାନଙ୍କୁ ନିଷିଦ୍ଧ ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।