Advertisment

ମୈତୈ ସଂପ୍ରଦାୟର ୯ ସଂଗଠନ ଉପରେ ବ୍ୟାନ ଲଗାଇଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ସଂଗଠନ ଗୁଡ଼ିକ ସହ ଜଡ଼ିତ ଥିବା ସମସ୍ତ ଶାଖା ଓ ସମ୍ମୁଖ ଭାଗ ସଂଗଠନକୁ ମଧ୍ୟ ୟୁଏପିଏ ବଳରେ ନିଷିଦ୍ଧ କାରାଯାଇଛି। ଆସନ୍ତା ୫ ବର୍ଷ ପାଇଁ ସଂଗଠନ ଓ ଏହାର ଶାଖାଗୁଡ଼ିକ ଉପରେ ବ୍ୟାନ ଲଗାଯାଇଛି।

Manipur

Manipur

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ମୈତୈ ସଂପ୍ରଦାୟର ୯ଟି ସଂଗଠନକୁ ବ୍ୟାନ କରିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସଂଗଠନ ମଣିପୁରରେ ସକ୍ରିୟ ଭାବେ କାମ କରୁଛନ୍ତି। ସଂଗଠନ ଗୁଡ଼ିକ ସହ ଜଡ଼ିତ ଥିବା ସମସ୍ତ ଶାଖା ଓ ସମ୍ମୁଖ ଭାଗ ସଂଗଠନକୁ ମଧ୍ୟ ୟୁଏପିଏ ବଳରେ ନିଷିଦ୍ଧ କାରାଯାଇଛି। ଆସନ୍ତା ୫ ବର୍ଷ ପାଇଁ ସଂଗଠନ ଓ ଏହାର ଶାଖାଗୁଡ଼ିକ ଉପରେ ବ୍ୟାନ ଲଗାଯାଇଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପିପୁଲ୍ସ ଲିବେରସନ ଆର୍ମି(ପିଏଲଏ) ଓ ଏହାର ରାଜନୀତି ଶାଖା, ଆରପିଏଫ, ୟୁଏନଏଲଏଫ ଓ ଏହାର ସଶସ୍ତ୍ର ବାହିନୀ, ମଣିପୁର ପିପୁଲ୍ସ ଆର୍ମି (ଏମପିଏ), ପିଆରଇପିଏକେ ଓ ଏହାର ସଶସ୍ତ୍ର ବାହିନୀ ରେଡ ଆର୍ମି, କେସିପି ଓ ଏହାର ଆର୍ମଡ ୱିଙ୍ଗ, କେୱାଇକେଏଲ, କୋରକମ ଓ ଏଏସ୍‌ୟୁକେ ଉପରେ ବ୍ୟାନ ଲଗାଇଛି। ୟୁଏପିଏ ଆଇନ ୧୯୬୭ର ଧାରା ୩ ଅନ୍ତର୍ଗତ ସବ ସେକସନ ୧ ଅନୁଯାୟୀ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ସମସ୍ତ ବିଦ୍ରୋହୀ ମୈତୈ ସଂଗଠନ ଗୁଡ଼ିକ ମଣିପୁରର କିଛି ଅଂଶର ସ୍ୱାଧୀନତା ଚାହୁଁଛନ୍ତି। ସେମାନେ ମଣିପୁର ଓ ଭାରତରୁ ଉକ୍ତ ଅଂଶକୁ ଅଲଗା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏମାନେ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିଲେ। ତେଣୁ ସେମାନଙ୍କୁ ନିଷିଦ୍ଧ ଘୋଷଣା କରାଯାଇଛି। 

Advertisment
Manipur MHA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe