Advertisment

ତେଜିଲା `ସ୍ମାରକସ୍ଥଳ' ରାଜନୀତି, ଜାଗା ଯୋଗାଇ ଦେବାକୁ କେନ୍ଦ୍ର ରାଜି

ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।

ଅଦ୍ୟତନ ହୋଇଛି
Manmohan Singh

Manmohan Singh

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ସ୍ଥାୟୀ ସ୍ମାରକ ସ୍ଥଳ ନିର୍ମାଣକୁ ନେଇ କଂଗ୍ରେସ ଦାବି କରିଛି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାରି ଭିତରେ ମୋଦି ସରକାରଙ୍କ ତରଫରୁ ହୋଇଛି ବଡ଼ ଘୋଷଣା। ମନମୋହନ ସିଂହଙ୍କ ପାଇଁ ଦିଲ୍ଲୀରେ ସ୍ମାରକ ସ୍ଥଳ ନିର୍ମାଣ କରାଯିବା ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି।

Advertisment

ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମସଂସ୍କାର ହେବ। ଏହାପରେ ମନମୋହନଙ୍କ ପାଇଁ ଦିଲ୍ଲୀରେ ସ୍ମାରକସ୍ଥଳ ନିର୍ମାଣ କରାଯିବ। ଏଥିପାଇଁ ଜାଗା ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି। ଟ୍ରଷ୍ଟ ଗଠନ ଓ ସ୍ଥାନ ନିରୂପଣ ପାଇଁ ସମୟ ଆବଶ୍ୟକ ଥିବାରୁ ଶେଷକୃତ୍ୟ ପରେ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ମନମୋହନ ସିଂହଙ୍କ ସ୍ମାରକସ୍ଥଳୀ ନିର୍ମାଣ ପାଇଁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ସ୍ଥାନ ନିର୍ଦ୍ଧାରଣ ହେବା ନେଇ ସୂଚନା ମିଳିଛି।

ସେପଟେ ତୁରନ୍ତ ସ୍ଥାନ ନିରୁପଣ ସହ ସେଠାରେ ସଂସ୍କାର ପାଇଁ ଦାବି କରିଛି କଂଗ୍ରେସ। ଯାହାକୁ ନେଇ ଜୋର ଧରିଛି ରାଜନୀତି। କଂଗ୍ରେସ 
କହିଛି ଅନ୍ତିମ ସଂସ୍କାର ସ୍ଥାନରେ ସ୍ମାରକସ୍ଥଳ ନିର୍ମାଣ ହୋଇଥାଏ। କେନ୍ଦ୍ର କାହିଁକି ସ୍ଥାନ ଖୋଜି ପାଇଲା ନାହିଁ। ଏହା ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀଙ୍କୁ ଅପମାନ ବୋଲି କଂଗ୍ରେସ ଅଭିଯୋଗ କରିଛି। ଯାହାର କଡ଼ା ଜବାବ ରଖିଛି ବିଜେପି।

Advertisment

ମନମୋହନଙ୍କ ଦେହାନ୍ତକୁ ନେଇ ହୀନ ରାଜନୀତି ବନ୍ଦ କରିବାକୁ କଂଗ୍ରେସକୁ ଆହ୍ୱାନ ଦେଇଛି ବିଜେପି। ଏହାସହ କଡ଼ା ସମାଲୋଚନା କରି କହିଛି, ଦେହାନ୍ତ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ କିପରି ବ୍ୟବହାର କରାଯାଇଥିଲା ତାହା ଭୁଲି ନଯାଉ କଂଗ୍ରେସ।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରରେ ଥାଇ ମଧ୍ୟ ନରସିଂହ ରାଓଙ୍କ ପାଇଁ କଂଗ୍ରେସ ଏକ ସ୍ମାରକସ୍ଥଳ ନିର୍ମାଣ କରିପାରିଲା ନାହିଁ। ଦିଲ୍ଲୀରେ ତାଙ୍କ ଅନ୍ତିମସଂସ୍କାର ପାଇଁ ମଧ୍ୟ କଂଗ୍ରେସ ଚାହୁଁନଥିବା ବିଜେପି ଅଭିଯୋଗ କରିଛି।

ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ରାଜନୈତିକ ମର୍ଯ୍ୟାଦା ଅନୁସାରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରୁଥିବା ସ୍ଥାନରେ ଅନ୍ତିମ ସଂସ୍କାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଖଡ଼ଗେ।

Congress Memorial Of Dr Manmohan Singh Delhi Manmohan Singh Passes Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe