Advertisment

ମଧ୍ୟାହ୍ନ ଭୋଜନରେ କେବଳ ଭାତ ଓ ହଳଦୀ

ରାଜ୍ୟ ଶିକ୍ଷା ବିଭାଗ ତା’ର ମଧ୍ୟାହ୍ନ ଭୋଜନ ମେନ୍ୟୁରେ ପିଲାଙ୍କ ପାଇଁ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରିଛି। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ କଥାକୁ ଦର୍ଶାଇଛି।

Mid Day Meal

Mid Day Meal

Advertisment

ପୂର୍ବରୁ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଦିଆଯାଉଥିବା ଖବର ଆସିଥିଲା। ଏବେ ମଧ୍ୟାହ୍ନ ଭୋଜନରେ ଛୋଟ ପିଲାଙ୍କୁ କେବଳ ଭାତରେ ସାମାନ୍ୟ ହଳଦୀ ପକାଇ ଦିଆଯାଇଛି।

Advertisment

ଛତିଶଗଡ଼ର ଗୋଟିଏ ସ୍କୁଲରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ପିଲାମାନଙ୍କୁ କେବଳ ସାଦା ଭାତରେ ହଳଦୀ ପକାଇ ଖାଇବାକୁ ଦିଆଯାଉଛି। ଏଥିରେ କୌଣସି ପରିବା ନାହିଁ। ପିଲାଙ୍କୁ ଖେଚୁଡ଼ି ନାଁରେ କେବଳ ଭାତ ଓ ହଳଦୀ ଦିଆଯାଇଥିବା ଅଭିଯୋଗ ହୋଇଛି।

ରାଜ୍ୟ ଶିକ୍ଷା ବିଭାଗ ତା’ର ମଧ୍ୟାହ୍ନ ଭୋଜନ ମେନ୍ୟୁରେ ପିଲାଙ୍କ ପାଇଁ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରିଛି। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ କଥାକୁ ଦର୍ଶାଇଛି। ଛତିଶଗଡ଼ରେ ଅପପୁଷ୍ଟି ହାର ୨୦୨୨ରେ ୧୭.୭୬% ରହିଥିଲା।

Advertisment

ବଳରାମପୁର ଅନ୍ତର୍ଗତ ପଟେଲ ପଡ଼ାରେ ରହିଛି ବିଜାକୁରା ପ୍ରାଥମିକ ସ୍କୁଲ। ଏଠାରେ ୪୩ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଏ। କିନ୍ତୁ ସପ୍ତାହ ହେଲାଣି ଏଠାକୁ ଅଧିକାରୀମାନେ କୌଣସି ପ୍ରକାରର ପରିବା ଉଠାଉ ନାହାନ୍ତି। ତେଣୁ ପିଲାଙ୍କୁ ଶୁଖିଲା ଭାତ ସହ ଡାଲି କିମ୍ବା ଭାତ ଉପରେ କିଛି ମାତ୍ରାରେ ହଳଦୀ ପକାଇ ଦିଆଯାଉଛି।

ସ୍କୁଲର ହେଡ ସାରଙ୍କ କହିବା କଥା ଯେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଥିବା ସଂସ୍ଥା ପରିବା ପଠାଉ ନାହିଁ। ଏହାର ଉତ୍ତରରେ ସଂସ୍ଥା କହିଛି ଯେ ସରକାରଙ୍କ ପକ୍ଷରୁ ସେମାନଙ୍କର ବାକି ଟଙ୍କା ଦିଆଯାଇ ନାହିଁ। ଏହି ଦୋଷ ଲଦାଲଦି ଭିତରେ ପିଲାମାନେ କେବଳ ଭାତ ଓ ହଳଦୀ ଖାଉଛନ୍ତି।

ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Chhattisgarh Midday Meal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe