Advertisment

ଛାତ ଉପରେ ଖସି ପଡ଼ିଲା ଫାଇଟର ଜେଟ୍‌; ୨ ମୃତ

ଗାଁର ଜଣେ ବ୍ୟକ୍ତିଙ୍କ ଛାତ ଉପରେ ବିମାନଟି ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

Flight Crash

Flight Crash

Advertisment

ରାଜସ୍ଥାନର ହନୁମାନଗଡ଼ରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ବିମାନ MIG-21 ଫାଇଟର ଜେଟ୍‌ । ହନୁମାନଗଡ଼ର ବହଲୋଲ ନଗର ଗାଁର ଜଣେ ବ୍ୟକ୍ତିଙ୍କ ଛାତ ଉପରେ ବିମାନଟି ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ ଆହତ ହୋଇଛନ୍ତି।

Advertisment

ବାୟୁସେନା ଅଧିକାରୀଙ୍କ ସୂଚନା ଅନୁସାରେ , ଆଜି ସକାଳେ ବାୟୁସେନା ବିମାନ MIG-21 ଫାଇଟର ଜେଟ୍‌ ସୁରତଗଡ଼ରୁ ଉଡ଼ିଥିଲା । ତେବେ ବହଲୋଲ ନଗରରେ ଉଡ଼ୁଥିବା ବେଳେ ବିମାନଟି ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଗଳି ପଡ଼ିଥିଲା। ଫଳରେ ଘରଟି ଧ୍ୱସଂବିଧ୍ୱସଂ ହୋଇ ଯାଇଥିବା ବେଳେ ବିମାନଟି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।

ଗାଁ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଖବର ପାଇ ପୁଲିସ୍‌ ପହଞ୍ଚିଥିବା ଜଣାଯାଇଛି। ଏନେଇ ବାୟୁସେନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ବିକାନିର ଏସ୍‌ପି ସୂଚନା ଦେଇଛନ୍ତି ।

Advertisment

ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ବିମାନଟିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବା କ୍ଷଣି ପାଇଲଟ ତାହାକୁ ଗାଁଠୁ ଦୂରକୁ ନେବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ। ମାତ୍ର ଗାଁ ଅତିକ୍ରମ କରୁ କରୁ ବିମାନଟି ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଖସି ପଡ଼ିଥିଲା । ଏହା ପୂର୍ବରୁ ପାଇଲଟ ପାରାଶୁଟ ସାହାଯ୍ୟରେ ତଳକୁ ଖସି ପଡ଼ିଥିଲେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

 ତେବେ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତପ୍ରାପ୍ତ ହୋଇଥିବା ବେଳେ ତାଙ୍କୁ ଆଣିବାକୁ ବାୟୁସେନାର ଆଉ ଏକ ଏମଆଇ-୧୭ ବିମାନ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି।

ତେବେ କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିନି। ଏଥିନିମନ୍ତେ ଏକ କମିଟି ଗଠିତ ହୋଇଥିବା ବାୟୁସେନା ଅଧିକାରୀ ସୂଚନାର ଦେଇଛନ୍ତି। ତଥା ବାୟୁସେନା ଗାଇଡଲାଇନ୍‌ ଅନୁଯାୟୀ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି। 

Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe