Advertisment

ଶ୍ରୀନଗରରେ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା, ଆଉ ଜଣେ ଆହତ

ପ୍ରାଣ ହରାଇଥିବା ଶ୍ରମିକ ଜଣଙ୍କ ହେଲେ ପଞ୍ଜାବର ଅମୃତସରର ମୂଳବାସିନ୍ଦା ଅମରିତପାଲ ସିଂହ। ତେବେ ଆହତ ଶ୍ରମିକଙ୍କ ପରିଚୟ ମିଳି ପାରି ନାହିଁ। ଅମରିତପାଲ ସିଂହ ଶ୍ରୀନଗରରେ ହକର ଭାବେ କାମ କରୁଥିଲେ।

author-image
Hemant Lenka
Terrorist

Terrorist

ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଆଜି ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

Advertisment

ପ୍ରାଣ ହରାଇଥିବା ଶ୍ରମିକ ଜଣଙ୍କ ହେଲେ ପଞ୍ଜାବର ଅମୃତସରର ମୂଳବାସିନ୍ଦା ଅମରିତପାଲ ସିଂହ। ତେବେ ଆହତ ଶ୍ରମିକଙ୍କ ପରିଚୟ ମିଳି ପାରି ନାହିଁ। ଅମରିତପାଲ ସିଂହ ଶ୍ରୀନଗରରେ ହକର ଭାବେ କାମ କରୁଥିଲେ।

ପୁଲିସ୍‌ କହିଛି ଯେ ଶହୀଦ ଗୁଞ୍ଜ ଅଞ୍ଚଳରେ ଘଟଣା ଘଟିଛି। ଘଟଣା ପରେ ପୁଲିସ୍‌ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି। ସେହିପରି ଆହତ ଶ୍ରମିକଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Advertisment

ଏହାପୂର୍ବରୁ ଅକ୍ଟୋବର ମାସରେ ଉତ୍ତର ପ୍ରଦେଶର ଜଣେ ଶ୍ରମିକଙ୍କୁ ପୁଲୱାମାରେ ହତ୍ୟା କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା ଥିଲା। ଉକ୍ତ ଘଟଣା ପୂର୍ବରୁ ଇନସପେକ୍ଟର ମସରୁର ଅହମଦ ୱାନିଙ୍କୁ ୩ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା।

Jammu Kashmir Terrorist