Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ବାରରେ ମଦ ପିଇବା ପାଇଁ ବୟସ ଲୁଚାଇଥିଲେ ମିହିର ଶାହ

ଦୁର୍ଘଟଣା ଘଟାଇବା ପୂର୍ବରୁ ଦୁଇଟି ବାରରେ ମଦ ପିଇଥିଲେ ମୁଖ୍ୟ ଅଭିଯୁକ୍ତ ମିହିର ଶାହ।

author-image
Debibandita Barick
Mihir Shah

Mihir Shah

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସୁଛି। ମୁଖ୍ୟ ଅଭିଯୁକ୍ତ ଶିବସେନା (ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ନକଲି ପରିଚୟ ପତ୍ର ଦେଖାଇ ବାରରେ ମଦ ପିଇଥିବା ଖୁଲାସା କରିଛି ପୁଲିସ।

Advertisment

୨୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମଦ ବିକ୍ରି କରିବାର ନିୟମ ଥିବାରୁ ମିହିର ଶାହ ୨୭ ବର୍ଷ ବୟସର ନକଲି ପରିଚୟ ପତ୍ର ଦେଖାଇ ବାରକୁ ପ୍ରବେଶ କରିଥିବା ବାର୍ ମ୍ୟାନେଜମେଣ୍ଟ କହିଛି। ମ୍ୟେନେଜମେଣ୍ଟ ଆହୁରି କହିଛି ଯେ, ମିହିର ଶନିବାର ବିଳମ୍ବିତ ରାତିରେ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କ ସହ ଆସିଥିଲେ, ଯେଉଁମାନଙ୍କ ବୟସ ୩୦ ବର୍ଷରୁ ଊର୍ଦ୍ଧ୍ୱ।

ମିହିର ଶାହଙ୍କ ପ୍ରକୃତ ବୟସ ୨୩ ବର୍ଷ। କିନ୍ତୁ ସେ ବାରରେ ମଦ୍ୟପାନ କରିବା ପାଇଁ ନକଲି ପରିଚୟ ପତ୍ର ଦେଖାଇଥିଲେ। କେବଳ ଏତିକି ନୁହେଁ, ସେ ଭାଇସ୍-ଗ୍ଲୋବାଲ୍ ତାପସ ବାରରୁ ମଦ୍ୟପାନ କରିବା ପରେ ଅନ୍ୟ ଏକ ବାରରେ ମଦ ପିଇଥିଲେ। ଗୋଟିଏ ଦିନରେ ସେ ଫୁଲ୍ ୧୨ ପ୍ୟାଗ୍ ମଦ ପିଇଥିବା ପୁଲିସ କହିଛି। 

Advertisment

ପ୍ରକାଶ ଥାଉକି, ରବିବାର(ଜୁଲାଇ ୭) ଭୋଅରୁ ବିଏମଡବ୍ୟୁ କାରରେ ଯିବା ସମୟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲେ ମିହିର। ଦ୍ରୁତଗତିରେ ଏକ ସ୍କୁଟିକୁ ଧକ୍କା ଦେଇ ଦେଢ କିଲୋମିଟର ଘୋଷାଡ଼ି ନେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଫେରାର୍ ହୋଇ ଯାଇଥିଲେ ମିହିର। ପରେ ପୁଲିସ ତାଙ୍କୁ ଗିରଫ କରିଛି। ସେ ଦୁର୍ଘଟଣା ପୂର୍ବରୁ ଭାଇସ୍-ଗ୍ଲୋବାଲ୍ ତାପସ ବାରେ ମଦ୍ୟପାନ କରିଥିବାର ସିସିଟିଭି ଭିଡିଓ ସାମ୍ନାକୁ ଆସିଥିଲା। ଏହାପରେ ବାର୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିୟମ ଉଲ୍ଲଙ୍ଘନ କରି କମ୍ ବୟସର ପିଲାଙ୍କୁ ମଦ ବିକ୍ରି କରିଥିବା ଅଭିଯୋଗରେ ବାରକୁ ସିଲ୍ କରାଯିବା ସହ ବେଆଇନ ସ୍ଥାନରେ ନିର୍ମାଣ ହୋଇଥିବା ଦର୍ଶାଇ ବାରର ଏକ ଅଂଶକୁ ଭାଙ୍ଗି ଦିଆଯାଇଛି।

BMW Crash Mumbai Hit And Run Case