ଚାଲିଗଲେ ଭାରତର ମିଲେଟ୍‌ ମ୍ୟାନ୍‌ ସତୀଶ

ପିଭି ସତୀଶ ହେଉଛନ୍ତ ଡେକାନ ଡେଭଲପମେଣ୍ଟ ସୋସାଇଟି(ଡିଡିସି)ର ପ୍ରତିଷ୍ଠାତା। ସେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରୁଥିଲେ।

ପିଭି ସତୀଶ (ଫାଇଲ ଫଟୋ)

  • Published: Sunday, 19 March 2023
  • , Updated: 19 March 2023, 08:26 PM IST

ଭାରରତ ମିଲେଟ ମ୍ୟାନନ ଭାବେ ପରିଚିତ ପିଭି ସତୀଶ ଆଉ ନାହାନ୍ତି। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ସତୀଶ ଆଜି ହାଇଦ୍ରାବାଦରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ପିଭି ସତୀଶ ହେଉଛନ୍ତ ଡେକାନ ଡେଭଲପମେଣ୍ଟ ସୋସାଇଟି(ଡିଡିସି)ର ପ୍ରତିଷ୍ଠାତା। ସେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରୁଥିଲେ। ଡିଡିସି ତେଲେଙ୍ଗାନାର ସଙ୍ଗରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ପାସ୍ତାପୁର ଗାଁରେ କାମ କରୁଥିଲା। ‌ଆସନ୍ତାକାଲି ଦିନ ୧୦.୩୦ରେ ଏହି ସ୍ଥାନରେ ହିଁ ମିଲେଟ ମ୍ୟାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଡିଡିସି ବୋର୍ଡର ସଦସ୍ୟ ବିନୋଦ ପାଭାରାଲା କହିଛନ୍ତି ଯେ ସତୀଶ ଭାରତରେ ସିଭିଲ ସୋସାଇଟି ଆକ୍ଟିଭିଜମର ପ୍ରଖ୍ୟାତ ଚେହେରା ଥିଲେ। ତେଲେଙ୍ଗାନାର ଜହୀରାବାଦ ଭିତ୍ତିକ ସଂଗଠନ ବେଶ ଜବରଦସ୍ତ ଢଙ୍ଗରେ ଅଗ୍ରି ବାୟୋଡାଇଭର୍ସିଟି, ଖାଦ୍ୟର ସ୍ୱତନ୍ତ୍ର, ମହିଳା ସଶକ୍ତୀକରଣ, ସାମାନିଜ ନ୍ୟାୟ, ସ୍ଥାନୀୟ ରଣକୌଶଳର ପ୍ରଚାର ଓ ବିକାଶ ଦିଗରେ କାର୍ଯ୍ୟ କରୁଛି।

ଡିଡିସିର ମହିଳା ଗ୍ରୁପ ସଙ୍ଗମ୍ସ ନାଁରେ ପରିଚିତ। ଏହି ଗ୍ରୁପ୍‌ ମିଲେଟ ଉତ୍ପାଦନ ଓ ଜୈବ କୃଷି ଉପରେ କାମ କରିଥାଏ। ଏହି ଉଦ୍ୟମ ଯୋଗୁ ଆଜି ଭାରତରେ ଜୈବ କୃଷି ଓ ମିଲେଟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଲେଟକୁ ସାମିଲ କରିବା ପାଇଁ ଚାଲିଥିବା ଉଦ୍ୟମରେ ଡିଡିସିର ପ୍ରମୁଖ ଭୂମିକା ରହିଛି। ଏହା ପଛରେ ସତୀଶ ରହିଥିଲେ।

୧୯୪୫ ଜୁନ ୧୮ରେ ଜନ୍ମ ଗ୍ରହଣ କରିଥିବା ସତୀଶ ନୂଆଦିଲ୍ଲୀର ଆଇଆଇଏମସିରୁ ଡିଗ୍ରୀ ହାସ କରିଥିଲେ। ଏଥିସହ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଦୂରଦର୍ଶନରେ ସେ ଦୀର୍ଘ ୨୦ ବର୍ଷ ଧରି ଟିଭି ପ୍ରଡ୍ୟୁସର ଭାବେ କାମ କରିଛନ୍ତି। ସେତେବେଳେ ସେ ଅବିଭାଜିତ ଆନ୍ଧ୍ର ପ୍ରଦେଶର ଗ୍ରାମୀଣ ବିକାଶ ଓ ଗ୍ରାମୀଣ ସ୍ୱାକ୍ଷରତା ସମ୍ପର୍କରେ କାର୍ଯ୍ୟକ୍ରମ ତିଆରି କରୁଥିଲେ।

୧୯୭୦ର ଏସ୍‌ଆଇଟିଇ ପଛରେ ସତୀଶ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଥିଲେ। ୧୯୮୦ରେ ସତୀଶ ଓ ତାଙ୍କର କିଛି ବନ୍ଧୁ ମିଳିତ ଭାବେ ଡିଡିସି ଗଠନ କରିଥିଲେ। ଗାଁରେ ରହୁଥିବା ଗରିବ ଦଳିତ ମହିଳାଙ୍କ ସହ ମିଶି ସେମାନେ କାମ ଆରମ୍ଭ କରିଥିଲା। ପାରମ୍ପରିକ ଚାଷ ଓ ପଦ୍ଧତିକୁ ଆପଣାଇ କେମିତି କ୍ଷୁଧା, ଅପପୃଷ୍ଟି, ଜମି ଡିଗ୍ରେଡସନ, ବାୟୋଡାଇଭର୍ସିଟିର ଅବକ୍ଷୟ, ଲିଙ୍ଗଗତ ଅନ୍ୟାୟକୁ ଦୂର କରିହେବ, ତା’ ଉପରେ ଫୋକସ କରିଥିଲେ।

ସତୀଶ ଦୀର୍ଘ ୪ ଦଶନ୍ଧି ଧରି ଏହି ସଂଗଠନର ନେତୃତ୍ୱ ନେଇଥିବା ବେଳେ ଏବେ ଏହା ଅନ୍ତର୍ଜାତୀୟ ଏନଜିଓ ଭାବେ ମାନ୍ୟତା ପାଇଛି। ସେହିପରି ଏଠାରେ ହେଉଥିବା କାର୍ଯ୍ୟଶୈଳୀକୁ ଭାରତର ବିଭିନ୍ନ ସ୍ଥାନରେ ମିଲେଟର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ବ୍ୟବହାର ହେଉଛି।

Related story