Advertisment

ବୋଟିଂର ମଜା ନେଉ ନେଉ ପାଣିରେ ପଡ଼ିଗଲେ ମନ୍ତ୍ରୀ

ବୋଟିଂର ମଜା ନେଉ ନେଇ ପାଣିରେ ଗଳି ପଡ଼ିଲେ ମନ୍ତ୍ରୀ । ମାତ୍ର ତତ୍‌କ୍ଷଣାତ ଉଦ୍ଧାର କରାଯିବାରୁ ବର୍ତ୍ତି ଯାଇଛନ୍ତି ମନ୍ତ୍ରୀ ମହୋଦୟ।

author-image
Niharika Rout
ଅଦ୍ୟତନ ହୋଇଛି
Rescue

Rescue

ବୋଟିଂର ମଜା ନେଉ ନେଇ ପାଣିରେ ଗଳି ପଡ଼ିଲେ ମନ୍ତ୍ରୀ । ମାତ୍ର ତତ୍‌କ୍ଷଣାତ ଉଦ୍ଧାର କରାଯିବାରୁ ବର୍ତ୍ତି ଯାଇଛନ୍ତି ମନ୍ତ୍ରୀ ମହୋଦୟ। ଏପରି ଏକ ଅଘଟଣ ହାଇଦ୍ରାବାଦର କରିମନଗର ଗାଁରେ ଘଟିଛି। ହ୍ରଦରେ ଗଳି ପଡ଼ିଥିବା ମନ୍ତ୍ରୀଜଣକ ଗାଙ୍ଗୁଲା କମଲାକର ବୋଲି ଜଣାଯାଇଛି।

Advertisment

ଗତ ଗୁରୁବାର ତେଲେଙ୍ଗାନାର ସାଧାରଣ ଯୋଜନା ବିଭାଗ ମନ୍ତ୍ରୀ କମଲାକର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କରିମନଗର ଯାଇଥିଲେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସି’ ଫୁଡ୍‌ର ମଜା ନେଇଥିଲେ। ଏହାପରେ ଗାଁ ନିକଟରେ ଥିବା ହ୍ରଦରେ ପୂଜାର୍ଚ୍ଚନା ନିମନ୍ତେ ଗ୍ରାମବାସୀ ତାଙ୍କୁ ନିମନ୍ତ୍ରଣ କରିଥିଲେ । ସେଠାରେ ସେ ଏକ ଛୋଟ ମାଛ ଧରା ବୋଟରେ ଚଢ଼ି ବୋଟିଂର ମଜା ନେଉ ନେଇ ହଠାତ୍‌ ତାହା ପାଣି ମଝିରେ ଗଳି ପଡ଼ିଥିଲା।

ମାତ୍ର ତୁରନ୍ତ ମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କ ସମେତ ପୁଲିସ୍‌ ଅଧିକାରୀ ତାଙ୍କୁ ପାଣିରୁ ଉଦ୍ଧାର କରି ନେଇଥିଲେ। ଏଥିରେ ସେ ଆହତ ହୋଇ ନ ଥିବା ଜଣାଯାଇଛି।

Advertisment

ଗତ ଏପ୍ରିଲ ମାସରେ ଏକ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀଜଣକ ଷ୍ଟେଜରେ ଥିବା ବେଳେ ହଠାତ୍‌ ତାହା ଗଳି ପଡ଼ିଥିଲା। ଏଥିରେ ମନ୍ତ୍ରୀଙ୍କ ଗୋଡ଼ ଆଘାତପ୍ରାପ୍ତ ହୋଇଥିଲା। ଏହାର ୨ ମାସ ପରେ ପୁଣି ଥରେ ଏପରି ଘଟଣା ଘଟିଛି।

Telengana Rescue