Advertisment

ଇସ୍ତଫା ଦେଲେ ମନ୍ତ୍ରୀ ବି ନଗେନ୍ଦ୍ର

ବିଭାଗର ଆକାଉଣ୍ଟସ ଅଫ ସୁପରିନଟେଡେଣ୍ଟ ଚନ୍ଦ୍ରଶେଖର ପି ମେ’ ୨୬ରେ ଆତ୍ମହତ୍ୟା କରିବା ପରେ ବିବାଦ ଦେଖାଯାଇଛି।

author-image
Hemant Lenka
Congress

Congress

ବେଆଇନ ଟଙ୍କା କାରବାର ଅଭିଯୋଗ ଆସିବା ପରେ କର୍ଣ୍ଣାଟକାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି ନଗେନ୍ଦ୍ର। କର୍ଣ୍ଣାଟକା ମହର୍ଷି ବାଲ୍ମିକୀ ଅନୁସୂଚିତ ଜନଜାତି ବିକାଶ ନିଗମ ଲିଃ ସହ ବେଆଇନ ଅର୍ଥ କାରବାର ହୋଇଛି।

Advertisment

ଏହି ବିଭାଗର ମନ୍ତ୍ରୀ ଭାବେ ନଗେନ୍ଦ୍ର କାମ କରୁଥିଲେ। ବିଭାଗର ଆକାଉଣ୍ଟସ ଅଫ ସୁପରିନଟେଡେଣ୍ଟ ଚନ୍ଦ୍ରଶେଖର ପି ମେ’ ୨୬ରେ ଆତ୍ମହତ୍ୟା କରିବା ପରେ ବିବାଦ ଦେଖାଯାଇଛି।

ସେ ଆତ୍ମହତ୍ୟା କରିବା ପୂର୍ବରୁ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ସେ ୧୮୭ କୋଟି ଟଙ୍କାର ବେଆଇନ ଆର୍ଥିକ କାରବାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହା ମଧ୍ୟରୁ ୮୮.୬୨ କୋଟି ଟଙ୍କା ବିଭିନ୍ନ ଆଇଟି କମ୍ପାନୀ ଓ ହାଇଦ୍ରାବାଦ ଭିତ୍ତିକ ଗୋଟିଏ ସମବାୟ ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଛି।

Advertisment

ସେ ନୋଟରେ ଆହୁରି କହିଛନ୍ତି ଯେ ଅନାଧିକୃତ ୧୮୭ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କର୍ପୋରେସନରୁ ହୋଇଥିଲା। ଏହାର ପ୍ରଶାସିନ ନିୟନ୍ତ୍ରଣ ଦାୟିତ୍ୱ ନଗେନ୍ଦ୍ରଙ୍କ ବିଭାଗ ଅଧୀନରେ ରହିଛି।

ଏହାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପଠାଯାଇଥିଲା। ଏହା ମଧ୍ୟରୁ ୮୮.୬୨ କୋଟି ଟଙ୍କା ପ୍ରତିଷ୍ଠିତ ଆଇଟି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ଓ ହାଇଦ୍ରାବାଦ ଭିତ୍ତିକ ଗୋଟିଏ ସମବାୟ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା।

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଅଭିଯୋଗ ପରେ ସିବିଆଇ ଏନେଇ ଏଫଆଇଆର କରିଛି। ଏଫଆଇଆର ରୁଜୁ ହେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପୂରା ଘଟଣା ଉପରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି।

ଉଭୟ ମନ୍ତ୍ରୀ ନଗେନ୍ଦ୍ରଙ୍କୁ ପଦ ଛାଡ଼ିବାକୁ ପରାମର୍ଶ ଦେଇଥିଲେ। ଏଥିସହ ତଦନ୍ତ ପରେ ଯଦି ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ପୁଣି ମନ୍ତ୍ରୀ ପଦ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Congress Karnataka