Advertisment

କାହିଁକି NEET ପରୀକ୍ଷାକୁ ବାତିଲ କରୁ ନାହାନ୍ତି ସରକାର? ମନ୍ତ୍ରୀ ରଖିଲେ ଉତ୍ତର

ମେ’ ୫ରେ ଦେଶର ପ୍ରାୟ ବିଭିନ୍ନ ସ୍ଥାନରେ ୨୪ ଲକ୍ଷ ପିଲା ନିଟ-ୟୁଜି ୨୦୨୪ ପରୀକ୍ଷା ଦେଇଥିଲେ। ଜୁନ ୪ରେ ଦେଶର ନିର୍ବାଚନ ଫଳାଫଳ ସହ ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଥିଲା।

NEET

NEET

Advertisment

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷାକୁ ସଂପୂର୍ଣ୍ଣ ରୂପେ ବାତିଲ କରିନାହିଁ।

Advertisment

ବିବାଦ ସତ୍ତ୍ୱେ ପୂରା ଦେଶରେ ନିଟ୍‌ ପରୀକ୍ଷାକୁ କାହିଁକି ବାତିଲ କରାଯାଉ ନାହିଁ ବୋଲି ପ୍ରଶ୍ନର ଉତ୍ତର ଏବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ପ୍ରଶ୍ନପତ୍ର ଲିକର ପ୍ରଭାବ କେବଳ କିଛି ଶିକ୍ଷାର୍ଥୀ ଓ ଅଞ୍ଚଳ ମଧ୍ୟରେ ସୀମିତ। ୨୦୦୪ ଓ ୨୦୧୫ରେ ବିପୁଳ ଅଞ୍ଚଳରେ ଲିକର ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ସେତେବେଳେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା।

ଏବେ ସେମିତି ଘଟିନି। ଯଦି ଏବେ ପରୀକ୍ଷାକୁ ରଦ୍ଦ କରାଯିବ, ତା’ହେଲେ ଠିକ ଭାବେ ପରିଶ୍ରମ କରି ଉତ୍ତୀର୍ଣ୍ଣ ହୋଇଥିବା ଲକ୍ଷାଧିକ ପିଲା ପ୍ରଭାବିତ ହେବ। ତେଣୁ ପରୀକ୍ଷାକୁ ବାତିଲ କରାଯାଉ ନାହିଁ। ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ରହିଛି। କୋର୍ଟ ଯାହା ବି ନିଷ୍ପତ୍ତି ନେବେ, ତାକୁ ଚୂଡ଼ାନ୍ତ ଭାବେ ବିବେଚନା କରାଯିବ।

Advertisment

ନିଟ-ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖିବା ପରେ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ବରେ ପ୍ରଶ୍ନପତ୍ର ପାଇଁ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ମଧ୍ୟ ଦେଇଥିଲା। ଏତେ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନିୟମିତତାର ଅଭିଯୋଗ ଆସିଥିଲା।

ମେ’ ୫ରେ ଦେଶର ପ୍ରାୟ ବିଭିନ୍ନ ସ୍ଥାନରେ ୨୪ ଲକ୍ଷ ପିଲା ନିଟ-ୟୁଜି ୨୦୨୪ ପରୀକ୍ଷା ଦେଇଥିଲେ। ଜୁନ ୪ରେ ଦେଶର ନିର୍ବାଚନ ଫଳାଫଳ ସହ ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଥିଲା। ତେବେ ରେଜଲ୍ଟ ବାହାରିବା ପରେ ପ୍ରଶ୍ନପତ୍ର ଲିକର ଅଭିଯୋଗ ଆସିଛି।

ସେହିପରି ୧୫ଶହ ପିଲାଙ୍କୁ ଗ୍ରେସ ମାର୍କ ମିଳିଥିବାରୁ ଏହା ଉପରେ ମଧ୍ୟ ଆପତ୍ତି ଉଠା ଯାଇଛି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଏନଟିଏକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି। ଅଧିକାଂଶ ଶିକ୍ଷାର୍ଥୀ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି।

ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “କିଛି ଅଞ୍ଚଳରେ ମାଲପ୍ରାଟିସ ପାଇଁ ଠିକ ଭାବେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଲକ୍ଷାଧିକ ପିଲାଙ୍କ କ୍ୟାରିୟରକୁ ବନ୍ଧକ ରଖାଯାଇ ପାରିବ ନାହିଁ। ବିହାର ପୁଲିସ୍‌ ସହ ଆମେ ନିୟମିତ ଯୋଗାଯୋଗରେ ରହିଛୁ। ଆମେ ସେମାନଙ୍କୁ ରିପୋର୍ଟ ମାଗିଛୁ। ଥରେ ରିପୋର୍ଟ ମିଳିଗଲା ପରେ ଆମେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବୁ।

ମୁଁ ସଂପୂର୍ଣ୍ଣ ଦାୟିତ୍ୱ ନେଉଛି ଯେ ବ୍ୟବସ୍ଥାକୁ ସୁଧରାଯିବ। ଆମ ବ୍ୟବସ୍ଥା ଉପରେ ବିଶ୍ୱାସ ରଖନ୍ତୁ। କୌଣସି ପ୍ରକାରର ଅନିୟମିତତା କିମ୍ବା ହେରଫେରକୁ ଏ ସରକାର ଆଦୌ ଗ୍ରହଣ କରିବେ ନାହିଁ।” ଏଥିସହ ସେ ପୂରା ଘଟଣାକୁ ରାଜନୀତିକ ରୂପ ନ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

Dharmendra Pradhan NEET NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe