Advertisment

ମନ୍ତ୍ରୀଙ୍କ ଚେୟାର ପ୍ରେମ! ଦଳୀୟ କର୍ମୀଙ୍କୁ ଟେକା ମାରିଲେ, ଭିଡିଓ ଭାଇରାଲ

ଚେୟାର ଆଣିବାରେ ବିଳମ୍ବ ହେବାରୁ ମନ୍ତ୍ରୀ ନାସର ଦଳୀୟ କର୍ମୀଙ୍କ ଉପରକୁ ଟେକା ଫିଙ୍ଗୁ ଥିବା ଦେଖିବାକୁ ମିଳିଛି। ତେବେ ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

author-image
Hemant Lenka
DMK

DMK

ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାରରେ ମନ୍ତ୍ରୀ ହୋଇଥିବା ଏସଏମ ନାସରଙ୍କ ଚେୟାର ପ୍ରେମର ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଙ୍କ ପାଇଁ ଚେୟାର ଆଣିବାରେ ଡିଏମକେର ଜଣେ କର୍ମୀ ବିଳମ୍ବ କରିବାରୁ ମନ୍ତ୍ରୀ ନାସର ସର୍ବସମ୍ମୁଖରେ ତାଙ୍କୁ ଟେକା ମାଡ଼ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

Advertisment

ମନ୍ତ୍ରୀ ନାସର ତିରୁଭାଲ୍ଲୁରକୁ ସରକାରୀ ଯୋଜନାଗୁଡ଼ିକର ସମୀକ୍ଷା ଓ ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାକୁ ଯାଇଥିଲେ। ଏହି ସମୟରେ ପୂରା ଘଟଣା ଘଟିଛି। ତେବେ ତାଙ୍କ ପାଇଁ ସେଠାରେ ଚେୟାର ନଥିବାରୁ ସେ ବରକ୍ତି ପ୍ରକାଶ କରିଥିଲେ।

ଏଥିସହ ଜଣେ କର୍ମୀଙ୍କୁ ଚେୟାର ପାଇଁ ପଠାଇଥିଲେ। ସେ ଚେୟାର ଆଣିବାରେ ବିଳମ୍ବ ହେବାରୁ ମନ୍ତ୍ରୀ ନାସର ତାଙ୍କ ଉପରକୁ ଟେକା ଫିଙ୍ଗୁ ଥିବା ଦେଖିବାକୁ ମିଳିଛି। ତେବେ ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

Advertisment

Tamilnadu