Advertisment

ବଜେଟ୍‌-୨୦୨୩: ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ 'ଶ୍ରୀ ଅନ୍ନ'

ଆଉ ବର୍ଷେ ମାଗଣା ଅନ୍ନ ଯୋଜନା ବଢ଼ିବ ବୋଲି ଘୋଷଣା ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Milets

Milets

ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି 'ଶ୍ରୀଅନ୍ନ' ଯୋଜନା । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ ଥିବା ବେଳେ ରପ୍ତାନୀରେ ନମ୍ବର୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା କରାଯାଇଛି ବୋଲି ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

Advertisment

ସେହିପରି ଆଉ ବର୍ଷେ ମାଗଣା ଅନ୍ନ ଯୋଜନା ବଢ଼ିଥିବା ନେଇ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ୨ କୋଟି ଲକ୍ଷରୁ ଅଧିକ ବଜେଟ୍‌ କରାଯାଇଛି। ୨୮ ମାସ ଯାଏଁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ପିଏମ୍‌ ସୁରକ୍ଷା ଯୋଜନାରେ ୪୪ କୋଟି ଲୋକ ଲାଭ ପାଉଛନ୍ତି। ପ୍ରତି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ୨ ଗୁଣା ହୋଇଛି।

ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ କରାଯାଇଛି। ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ହୋଇଛି। କୃଷି ଋଣ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟିର ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment