Advertisment

Parliament Winter Session: ଏସ୍‌ଆଇଆରକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ଆଲୋଚନା ପାଇଁ ରାଜି ହେଲେ ସରକାର

ଶୀତ ଅଧିବେଶ ଆରମ୍ଭରୁ ଏସ୍‌ଆଇଆର ତାତି ଦେଖିବାକୁ ମିଳିଛି। ବିରୋଧୀ ସାଂସଦମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଦୁଇ ଦିନ ହେଲା ଗୃହ କାର୍ଯ୍ୟ ଚାଲି ପାରୁ ନଥିବାରୁ ଶେଷରେ ସରକାର ଏସଆଇଆର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ରାଜି ହୋଇଛନ୍ତି।

Loksabha

ଲୋକସଭା

Advertisment

ଦେଶର ୧୨ ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍‌ଆଇଆର ଉପରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ଏସ୍‌ଆଇଆର ବା ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀ ଦୁଇ ଦିନ ହେଲା ସଂସଦ(Parliament Winter Session)ର ଉଭୟ ସଦନକୁ ଚଳାଇ ଦେଉ ନାହାନ୍ତି।

Advertisment

ଶୀତ ଅଧିବେଶ ଆରମ୍ଭରୁ ଏସ୍‌ଆଇଆର ତାତି ଦେଖିବାକୁ ମିଳିଛି। ବିରୋଧୀ ସାଂସଦମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଦୁଇ ଦିନ ହେଲା ଗୃହ କାର୍ଯ୍ୟ ଚାଲି ପାରୁ ନଥିବାରୁ ଶେଷରେ ସରକାର ଏସଆଇଆର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ରାଜି ହୋଇଛନ୍ତି।

ଭୋଟର ତାଲିକା ଶୁଦ୍ଧି କରଣ ଉପରେ ସମସ୍ତ ପ୍ରକାରର ଆଲୋଚନା ପାଇଁ ସରକାର ରାଜି ଥିବା ଘୋଷଣା କରିଛନ୍ତି। ତେବେ ଚଳିତ ସପ୍ତାହରେ ନୁହେଁ, ବରଂ ଡିସେମ୍ବର ୧୦ରେ ସରକାର ଏହି ପ୍ରସଙ୍ଗରେ ବିତର୍କ କରିବାକୁ ଚାହୁଁଥିବା ଜଣାପଡ଼ିଛି। ଏଥିରେ ବିରୋଧୀ ରାଜି ହେଉଛନ୍ତି କି ନାହିଁ, ତା’ହା ମଧ୍ୟ ପ୍ରଶ୍ନବାଚୀ ସୃଶ୍ଟି କରିଛି। 

Advertisment

ସରକାରୀ ସୂତ୍ରରେ କୁହାଯାଇଛି ଯେ “ଏସ୍‌ଆଇଆର ଉପରେ କୌଣସି ଆଲୋଚନା ସମ୍ଭବ ନୁହେଁ। ଯଦି ବିରୋଧୀ ଏଭଳି ଆନ୍ଦୋଳନ ଜାରି ରଖିବେ, ତା’ହେଲେ ସରକାର ନିଜର ବିଲ ସହ ଆଗକୁ ବଢ଼ିବେ।” 

ସରକାରୀ ସୂତ୍ରରେ ଆହୁରି କୁହାଯାଇଛି ଯେ ସରକାର ପ୍ରଥମେ ୧୫୦ ବର୍ଷ ପୁରୁଣା ବନ୍ଦେ ମା’ତରମ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି। ନଭେମ୍ବର ୭ରେ ବନ୍ଦେ ମା’ତରମର ୧୫୦ ବର୍ଷ ପୂର୍ତ୍ତି ରହିଥିବାରୁ ଏହାକୁ ପ୍ରଥମେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ସରକାର। କିନ୍ତୁ ବିରୋଧୀ ଏସ୍‌ଆଇଆର ବା ସରକାରୀ ଭାଷାରେ ନିର୍ବାଚନୀ ସଂସ୍କାର ଉପରେ ପ୍ରଥମେ ଆଲୋଚନା ହେବା ଜିଦରେ ଅଟଳ ରହିଛନ୍ତି। ପ୍ରଥମେ ଏସ୍‌ଆଇଆର ଓ ଏହାପରେ ୧୫୦ ବର୍ଷ ପୁରୁଣା ବନ୍ଦେ ମା’ତରମ ଆଲୋଚନା ବୋଲି ବିରୋଧୀ ମତ ରଖିଛନ୍ତି। 

ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଦୁଇ ଦିନ ହେଲା ଏସ୍‌ଆଇଆର ପ୍ରସଙ୍ଗ ଉଠାଇ ବିରୋଧୀ ଗୃହକୁ ଅଚଳ କରିଛନ୍ତି। ଏସ୍‌ଆଇଆର ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଓ ଜଣଙ୍କ ପରେ ଜଣେ ବୁଥ ସ୍ତରୀୟ ଅଧିକାରୀ ବା ବିଏଲଓ କାମ ଚାପ ଯୋଗୁ ପ୍ରାଣ ହରାଉଥିବାରୁ ବିରୋଧୀ ଏହାକୁ ପ୍ରମୁଖ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଛନ୍ତି। 

ସୋମବାର ଭଳି ମଙ୍ଗଳବାର ବିରୋଧୀ ଏସ୍‌ଆଇଆର ପ୍ରସଙ୍ଗ ଉଠାଇବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୀତିକ ଦଳ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସେ କହିଛନ୍ତି, “ଗତକାଲି ମୁଁ କହିଥିଲି ଯେ ଦୟା କରି କୌଣସି ବି ପ୍ରସଙ୍ଗରେ ସମୟ ସୀମାର ସର୍ତ୍ତ ରଖନ୍ତୁ ନାହିଁ। ଗୋଟିଏ ସଂସଦୀୟ ଗଣତନ୍ତ୍ରରେ ଆଲୋଚନା ଓ ବିତର୍କର ଆବଶ୍ୟକତା ରହିଛି। ଦେଶରେ ଅନେକ ପ୍ରସଙ୍ଗ ରହିଛି। ଆମେ ଗୋଟିଏ ପ୍ରସଙ୍ଗକୁ ଅଣଦେଖା କରି ଆଉ ଗୋଟିଏକୁ ଉଠାଇ ପାରିବା ନାହିଁ। ସବୁ ପ୍ରସଙ୍ଗର ଗୁରୁତ୍ୱ ରହିଛି। ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଅଛନ୍ତି।”

ବିରୋଧୀ ଉଭୟ ସଦନର ମଧ୍ୟଭାଗକୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆସି ଏସଆଇଆର(Sir) ପ୍ରସଙ୍ଗରେ ଆଲୋଚନା ଜିଦ କରିବାକୁ ରିଜିଜୁ ଏପରି ବୟାନ ଦେଇଛନ୍ତି। ବିରୋଧୀ ତୁରନ୍ତ ଏସ୍‌ଆଇଆର ପ୍ରସଙ୍ଗରେ ଆଲୋଚନା କରିବାକୁ ମତ ରଖିବାରୁ ରିଜିଜୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। 

Parliament Winter Session sir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe