Advertisment

Pollution: ପରିବେଶ ମନ୍ତ୍ରୀଙ୍କ ‘ଅଧା ଅଧୂରା’ କ୍ଷମା ପ୍ରାର୍ଥନା, ପୂର୍ବ ସରକାରକୁ ଦେଲେ ଦୋଷ

ପ୍ରଦୂଷଣକୁ ସେ ନିଜ ପ୍ରଶାସନର ବିଫଳତା ବଦଳରେ ଏହା ଦିଲ୍ଲୀର ପାରମ୍ପରିକ ସମସ୍ୟା ବୋଲି କହି କ୍ଷମତାସୀନ ବିଜେପି ସରକାରକୁ କ୍ଲିନଚିଟ ଦେବାକୁ ଆଦୌ ପଛାଇ ନାହାନ୍ତି।  ଦିଲ୍ଲୀର ପୂର୍ବତନ ଆମ ଆଦମୀ ପାର୍ଟି(ଆପ୍‌) ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ସେ ସୁଯୋଗ ହାତ ଛଡ଼ା କରି ନାହାନ୍ତି।

Sirsa

ମନ୍ତ୍ରୀ ସିର୍ସା

Advertisment

ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିର୍ସା ସହରବାସୀ ସାମ୍ନା କରୁଥିବା ଭୟଙ୍କର ପ୍ରଦୂଷଣ(Air Pollution)କୁ ନେଇ ଅଧା ଅଧୂରା କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲୋକଙ୍କ ଚିନ୍ତାକୁ ବୁଝି ପାରୁଥିବା କହିଥିଲେ ହେଁ ପ୍ରଦୂଷଣର ସାଂଘାତିକ ସ୍ଥିତି ପାଇଁ ପୂର୍ବ ସରକାର ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରିଛନ୍ତି। 

Advertisment

ଦିନକୁ ଦିନ ଦିଲ୍ଲରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ରହିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମନ୍ତ୍ରୀ ସିର୍ସା। ସେ କହିଛନ୍ତି, “ମୁଁ ଦିଲ୍ଲୀର ଲୋକମାନଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ୯ରୁ ୧୦ ମାସ ମଧ୍ୟରେ ସଂପୂର୍ଣ୍ଣ ଭାବେ ପ୍ରଦୂଷଣକୁ ହ୍ରାସ କରିବା କୌଣସି ନିର୍ବାଚିତ ସରକାରଙ୍କ ସପକ୍ଷରେ ସମ୍ଭବ ନୁହେଁ।”

ପ୍ରଦୂଷଣକୁ ସେ ନିଜ ପ୍ରଶାସନର ବିଫଳତା ବଦଳରେ ଏହା ଦିଲ୍ଲୀର ପାରମ୍ପରିକ ସମସ୍ୟା ବୋଲି କହି କ୍ଷମତାସୀନ ବିଜେପି ସରକାରକୁ କ୍ଲିନଚିଟ ଦେବାକୁ ଆଦୌ ପଛାଇ ନାହାନ୍ତି। ସାମ୍ବାଦିକ ସମ୍ମିନଳୀରେ ମନ୍ତ୍ରୀ ସିର୍ସା ଦିଲ୍ଲୀର ପୂର୍ବତନ ଆମ ଆଦମୀ ପାର୍ଟି(ଆପ୍‌) ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ସେ ସୁଯୋଗ ହାତ ଛଡ଼ା କରି ନାହାନ୍ତି। 

Advertisment

ସେ କହିଛନ୍ତି, “ଆମେ ଅସ୍ୱଚ୍ଛ ଆପ ସରକାର ତୁଳନାରେ ଭଲ କାମ କରୁଛୁ। ଆମେ ପ୍ରତିଦିନ ଏକ୍ୟୁଆଇକୁ ହ୍ରାସ କରୁଛୁ। ପ୍ରଦୂଷଣର ରୋଗ ଆମକୁ ଆପ ଦେଇଛି। ଏହାକୁ ଆମେ ସମାଧାନ କରିବାକୁ ଚେଷ୍ଟା କରୁଛୁ।” 

ଦିନକ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଫୁଟବଲ ସୁପର ଷ୍ଟାର ଲିଓନେଲ ମେସିଙ୍କୁ ଅରୁଣ ଜେଟଲୀ ଷ୍ଟାଡିୟମରେ ସ୍ୱାଗତ କରିଥିଲେ। ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ବେଳେ ଷ୍ଟାଡିୟମ ଭିତରେ ‌ରେଖା ଗୁପ୍ତାଙ୍କୁ ଏକ୍ୟୁଆ ଏକ୍ୟୁଆ ନାରା ଦେଇ ଲୋକମାନେ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ସେ ଷ୍ଟାଡିୟମରୁ ଯିବା ପର୍ଯ୍ୟନ୍ତ ଏପରି ନାରା ଶୁଭିଥିଲା। 

ଏବେ ବି ଦିଲ୍ଲୀର ବାୟୁ ଗୁଣବତ୍ତା ଭୟଙ୍କର ସ୍ଥିତିରେ ରହିଛି। ୩ ଦିନ ହେଲା ଲୋକମାନେ ସାଂଘାତିକ ସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ପ୍ରଦୂଷଣ ଆଦୌ ହ୍ରାସ ପାଉ ନାହିଁ। 

Pollution Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe