ବନ୍ଦେ ଭାରତ ଏକ୍ସପ୍ରେସ୍ ସମେତ ସମସ୍ତ ଟ୍ରେନ୍ରେ ଥିବା ଏସି ଓ ଏଜୁକେଟିଭ୍ କ୍ଲାସ୍ର ଏସି ସିଟ୍ ଯାତ୍ରା ଦର ୨୫ ପ୍ରତିଶତ କମିବ। ଏନେଇ ଶନିବାର ରେଲୱେ ବୋର୍ଡ ଘୋଷଣା କରିଛି।
ବୋର୍ଡ ପକ୍ଷରୁ କୁହାଯାଇଛି, ଗତ ୩୦ଦିନ ଧରି ଟ୍ରେନ୍ର ଏହି ବର୍ଗରେ ସିଟ୍ ବୁକିଂ ୫୦ ପ୍ରତିଶତ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ତେବେ ଟ୍ରେନ୍ ରିଜରଭେସନ୍ ଚାର୍ଜ, ସୁପରଫାଷ୍ଟ ଚାର୍ଜ, ଜିଏସ୍ଟି ଏହାବାଦ୍ ଲାଗିବ। ଟ୍ରେନ୍ ଛାଡ଼ୁଥିବା ମୂଳ ସ୍ଥାନମାନଙ୍କରୁ ଏହି ଦରଛାଡ଼୍ ବିଶେଷ ଭାବେ ଲାଗୁ କରାଯିବ।
.@RailMinIndia introduces Discount Scheme in AC Chair Car and Executive Classes of all trains having AC Sitting Accommodation including Anubhuti & Vistadome Coaches
— PIB India (@PIB_India) July 8, 2023
The element of discount shall be upto maximum 25% on the basic fare
Read here: https://t.co/WrI24I2Crt