Advertisment

ଘରେ ଏକୁଟିଆ ଥିବା ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର, ଆଇସିୟୁରେ ଭର୍ତ୍ତି

ଘରେ ଏକୁଟିଆ ଥିବା ବେଳେ ଭିନ୍ନକ୍ଷମ ନାବାଳିକା ହେଲା ଦୁଷ୍କର୍ମର ଶିକାର। ଏବେ ନାବାଳିକାଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

author-image
Niharika Rout
Minor Girl

Minor Girl

ଘରେ ଏକୁଟିଆ ଥିବା ବେଳେ ଭିନ୍ନକ୍ଷମ ନାବାଳିକା ହେଲା ଦୁଷ୍କର୍ମର ଶିକାର। ଏବେ ନାବାଳିକାଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର ସିକନ୍ଦରାବାଦରେ ଘଟିଛି। ପୀଡ଼ିତା ନାବାଳିକାଜଣକଙ୍କ ବୟସ ୭ ବର୍ଷ ବୋଲି ଜଣାଯାଇଛି।

Advertisment

ନାବଳିକାଜଣକ ଭିନ୍ନକ୍ଷମ ହୋଇଥିବା ବେଳେ ସିକନ୍ଦରାବାଦରେ ନିଜ ବାପାମା’ଙ୍କ ସହ ରୁହନ୍ତି। ଘଟଣା ଦିନ ତାଙ୍କ ବାପା କାମକୁ ଚାଲି ଯାଇଥିବା ବେଳେ ମା’ ସଉଦା ଆଣିବାକୁ ନିକଟସ୍ଥ ବଜାରକୁ ଯାଇଥିଲେ।

ମାତ୍ର ସେ ଘରକୁ ଫେରି ବେଡରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ। ପିଲାଟି କିଛି କହି ପାରୁ ନ ଥିବା ବେଳେ କାନ୍ଦୁଥିବାରୁ ସେ ତୁରନ୍ତ ଝିଅକୁ ଧରି ନିକଟସ୍ଥ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ଆଇସିୟୁରେ ପିଲାଟିର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Advertisment

ଏନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଫରେନସିକ୍‌ ଟିମ୍‌ ପହଞ୍ଚି ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଥିବା ଜଣାଯାଇଛି। ଘଟଣାର ତଦନ୍ତ ଚାଲିଛି, ଖୁବ୍‌ ଶୀଘ୍ୟ ଅଭିଯୁକ୍ତ ଧରା ପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Rape Minor Raped Telengana