Advertisment

ବର୍ଷା ପାଇଁ ଦୁଇ ଜଣ ନାବାଳକ ପରସ୍ପରକୁ ବାହା ହେଲେ

ଭଲ ବର୍ଷା ପାଇଁ ଦୁଇ ଯୋଡ଼ା ନାବାଳକଙ୍କୁ ପରସ୍ପର ସହ ବିବାହ କରାଇଛନ୍ତି। ଜିଲ୍ଲାର ଦୁଇଟି ଗାଁରୁ ଏପରି ଘଟଣା ସାମ୍ନାକୁ ଆସିଛି।

Rain

Rain

Advertisment

ବର୍ଷା ଠିକ ଭାବେ ହେଉ ନଥିବାରୁ ଚାଷ କାମ ନଷ୍ଟ ହେବାର ଆଶଙ୍କା ଦେଖାଦେଇଥିଲା। ବର୍ଷା ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ। ଏହି ସମସ୍ୟାରୁ ମୁକୁଳିବା ପାଇଁ କର୍ଣ୍ଣାଟକାର ଚିକ୍କାବାଲ୍ଲାପୁର ଜିଲ୍ଲାର ଦୁଇ ଗାଁର ଲୋକମାନେ ଅଜବ ପଦକ୍ଷେପ ନେଇଛନ୍ତି।

Advertisment

ସେମାନେ ଭଲ ବର୍ଷା ପାଇଁ ଦୁଇ ଯୋଡ଼ା ନାବାଳକଙ୍କୁ ପରସ୍ପର ସହ ବିବାହ କରାଇଛନ୍ତି। ଜିଲ୍ଲାର ଦୁଇଟି ଗାଁରୁ ଏପରି ଘଟଣା ସାମ୍ନାକୁ ଆସିଛି। ଗାଁ ଲୋକମାନେ ପୂର୍ଣ୍ଣିମାରେ ଦୁଇ ଯୋଡ଼ା ନାବାଳକଙ୍କର ବାହାଘର କରାଇଛନ୍ତି। ଗୋଟିଏ ଯୋଡ଼ା ନାବାଳକଙ୍କ ବାହାଘର ଗୁରୁବାର ସନ୍ଧ୍ୟାରେ ହୋଇଥିବା ବେଳେ ସମାନଧରଣର ଆଉ ଗୋଟିଏ ବାହାଘର ବୁଧବାର ହୋଇଛି। 

ମିଳିଥିବା ସୂଚନା ଅନୁସାରେ, ଚିନ୍ତାମଣୀ ତାଲୁକା ଅନ୍ତର୍ଗତ ହିରେକାଟ୍ଟିଗେନାହାଲ୍ଲିରେ ଗାଁ ଲୋକମାନେ ଦୁଇ ଜଣ ନାବାଳକଙ୍କୁ ପରସ୍ପର ସହ ବାହା କରାଇଛନ୍ତି। ବାହାଘରର ମାତ୍ର ଅଧା ଘଣ୍ଟା ପରେ ଗାଁରେ ଭଲ ବର୍ଷା ମଧ୍ୟ ହୋଇଥିଲା ବୋଲି ମଞ୍ଜୁନାଥ ନାମକ ଜଣେ ଚାଷୀ କହିଛନ୍ତି।

Advertisment

ସେ କହିଛନ୍ତି, ବର୍ଷା ହେଉ ନଥିବାରୁ ଗାଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାପରେ ସେମାନେ ଇନ୍ଦ୍ର ଦେବତାଙ୍କୁ ଖୁସି କରିବା ପାଇଁ ନାବାଳକଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ ନାବାଳକଙ୍କ ବିବାହ କରାଇଲେ ଭଲ ବର୍ଷା ହେବ।

ତେଣୁ ୫ମ ଶ୍ରେଣୀରେ ପଢ଼ୁଥିବା ୨ ଜଣ ପିଲାଙ୍କୁ ଏଥିପାଇଁ ଚୟନ କରାଯାଇଥିଲା। ଜଣେ ପଛୁଆ ବର୍ଗର ନାବାଳକଙ୍କୁ ବର ଓ ଜଣେ ଦଳିତ ନାବାଳକଙ୍କୁ କନ୍ୟା ଭାବେ ସଜା ଯାଇଥିଲା। ଏହାପରେ ସମସ୍ତ ଗାଁ ଲୋକଙ୍କ ଉପସ୍ଥିତିରେ ପରମ୍ପରା ଅନୁସାରେ ସେମାନଙ୍କ ବାହାଘର ହୋଇଥିଲା। ବାହା ଘର ପରମ୍ପରା ଅନୁସାରେ ବର ଜଣଙ୍କ କନ୍ୟା ସାଜିଥିବା ନାବାଳକଙ୍କ ବେକରେ ମଙ୍ଗଳ ସୂତ୍ର ମଧ୍ୟ ପିନ୍ଧାଇଥିଲେ।

ବାହାଘର ପରେ ବନ ଓ କନ୍ୟାଙ୍କ ଆଳତି କରାଯାଇଥିଲା। ସେମାନଙ୍କୁ ଉପହାର ଦିଆଯାଇଥିଲା। ନବଦମ୍ପତିଙ୍କୁ ୧୬୦୦ ଟଙ୍କା ମିଳିଥିଲା। କାର୍ଯ୍ୟକ୍ରମରେ ପରେ ସେମାନେ ପରସ୍ପର ମଧ୍ୟରେ ଏହି ଅର୍ଥକୁ ଭାଗ ବାଣ୍ଟିଥିଲେ ବୋଲି ମଞ୍ଜୁନାଥ କହିଛନ୍ତି।

ସେମାନଙ୍କ ବାହାଘର ହୋଇଥିଲେ ମଧ୍ୟ ସେମାନେ ଏହାର ବୋଝ ମୁଣ୍ଡାଇବେ ନାହିଁ। ସେମାନେ ପୂର୍ଣ୍ଣିମା ପରେ ସ୍ୱାଭାବିକ ଜୀବନ ମଧ୍ୟ ବିତାଇବା ଆରମ୍ଭ କରିଛନ୍ତି। ଏହାପୂର୍ବରୁ ବୁଧବାର ମୋଗାଲାକୁପେ ଗାଁରେ ମଧ୍ୟ ଦୁଇ ଜଣ ନାବାଳକଙ୍କ ବିବାହ କରାଯାଇଥିଲା।

Karnataka Rain Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe