Advertisment

ନାବାଳକଙ୍କୁ ଗୁଳି କରି ହତ୍ୟା, ବିଲରୁ ମିଳିଲା ମୃତଦେହ

ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତଦେହକୁ ବିଲରେ ଫୋପାଡ଼ି ଅଭିଯୁକ୍ତ ଫେରାର ହୋଇ ଯାଇଛି।

author-image
Niharika Rout
Crime Spot

Crime Spot

ବିହାରର ଧନରୁଆ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତଦେହକୁ ବିଲରେ ଫୋପାଡ଼ି ଅଭିଯୁକ୍ତ ଫେରାର ହୋଇ ଯାଇଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Advertisment

ମୃତ ନାବାଳକଜଣକ କୃଣାଳ କୁମାର ବୋଲି ଜଣାଯାଇଛି। ତାଙ୍କ ଘର ପାଟଣାର ଗୋପାଳପୁର ଥାନାର ଗୋସାଇ ମଠ ଅଞ୍ଚଳରେ ବୋଲି ଜଣାଯାଇଛି ।  ଗତ ୬ ତାରିଖରୁ କୃଣାଳ ନିଖୋଜ ଥିବା ନେଇ ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ବହୁ ଖୋଜାଖୋଜି ପରିବା ପରେ ପାଟଣାର ଧନରୁଆ ଥାନା ଅଞ୍ଚଳରେ ଥିବା ଏକ ବିଲରେ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା। ସେଠାରେ ପହଞ୍ଚି ପୁଲିସ୍‌ ପିଲାଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଅର ଏପରି ଅବସ୍ଥା ଦେଖି ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ତେବେ କିଏ ଓ କ’ଣ ପାଇଁ ପୁଅକୁ ଏପରି ନିର୍ମମ ଭାବେ ହତ୍ୟା କରିଛି ସେ ନେଇ ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ତଥା ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନି।

Minor Murdered Murder Firing Bihar