Minor girl
ପୁଣିଥରେ ବେଙ୍ଗଲରୁ ମିଳିଛି ଜଣେ ନବାଳିକାଙ୍କ ମୃତଦେହ। ଆଜି ସକାଳେ ମାଲଦାର ଗୋଟିଏ ଚାଷ ଜମିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତଦେହକୁ ପୁଲିସ୍ କର୍ମଚାରୀମାନେ ଟେକିଟେକି ନେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖି ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟ୍ସ(ଏନସିପିସିଆର) ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ବେଙ୍ଗଲ ପୁଲିସ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ପୁଲିସ୍ କର୍ମଚାରୀମାନେ ଗୋଟିଏ ଧଳା କପଡ଼ାରେ ମୃତଦେହକୁ ରଖିବା ସହ ଏହାକୁ ଝୁଲାରେ ପରିଣତ କରି ବୋହି ବୋହି ନେଉଥିବା ବେଳର ଭିଡିଓକୁ ଶେୟାର କରି ପ୍ରିୟଙ୍କ କାନୁନଗୋ କହିଛନ୍ତି, “ଆଜି ପଶ୍ଚିମବଙ୍ଗର ମାଲଦାରୁ ଜଣେ ଛୋଟ ଝିଅର ମୃତଦେହ ମିଳିଛି। ପୁଲିସ ଅତ୍ୟନ୍ତ ଅପମାନଜନକ ଅବସ୍ଥାରେ ବୋହି ନେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଝିଅମାନଙ୍କ ସୁରକ୍ଷା କ୍ଷେତ୍ରରେ ସରକାର ବିଫଳ ହେବାର ପ୍ରମାଣ। ଏପରି କି ମୃତଦେହର ସମ୍ମାନ ଓ ଗାରିମାର ସୁରକ୍ଷା ମଧ୍ୟ ସେମାନେ କରିବାରେ ବିଫଳ ହୋଇଛନ୍ତି।”
ସ୍ଥାନୀୟ ଲୋକଙ୍କ କହିବା କଥା ଯେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଚାଷୀ ଜମିରେ ଫିଙ୍ଗି ଦିଆଯାଇଛି। ତେବେ ଏହାକୁ ନିଶ୍ଚିତ କରିବା ପାଇଁ ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏହାପୂର୍ବରୁ ଏପ୍ରିଲ ୨୧ରେ ପଶ୍ଚିମବଙ୍ଗର କଲିୟାଗଞ୍ଜର ଗୋଟିଏ କେନାଲରୁ ୧୭ ବର୍ଷୀୟ ଝିଅର ମୃତଦେହ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିଲେ। ଏହି ସମୟରେ କିଛି ଦୋକାନରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ। ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯୌନ ଉତ୍ପୀଡ଼ନର କୌଣସି ସଙ୍କେତ ମିଳି ନଥିବା ପୁଲିସ୍ କହିଛି।
ଏବେ ମାଲଦାରୁ ସମାନ ଅଭିଯୋଗ ଆସିଛି। କିନ୍ତୁ ମୃତଦେହକୁ ପୁଲିସ୍ କର୍ମଚାରୀମାନେ ଯେଉଁଭଳି ଭାବେ ନେଉଛନ୍ତି, ତାକୁ ନେଇ NCPCR ଅଧ୍ୟକ୍ଷ କାନୁନଗୋ ଆପତ୍ତି ଉଠାଇଛନ୍ତି। ଏଥିପାଇଁ ମାଲଦା ଏସ୍ପିଙ୍କୁ NCPCR ପକ୍ଷରୁ ନୋଟିସ ମଧ୍ୟ କରାଯାଇଛି। ଏଥିସହ ଏଫଆଇଆର କପି, ଫରେନ୍ସିକ ଯାଞ୍ଚ ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରାଯାଇଛି କି ନାହିଁ, ତା’ର ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ମଧ୍ୟ NCPCR କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1682432274.jpg)