Advertisment

ଚଳନ୍ତା ଆମ୍ବୁଲାନ୍ସରେ ନାବାଳିକାଙ୍କୁ ଦୁଷ୍କର୍ମ, ଭଉଣୀଭିଣୋଇ ଷଡଯନ୍ତ୍ରରେ ସାମିଲ

ଚଳନ୍ତା ଆମ୍ବୁଲାନ୍ସରେ ଦୁଷ୍କର୍ମର ଶିକାର ହେଲେ ନାବାଳିକା। ଆମ୍ବୁଲାନ୍ସର ହେଲପର ଘଟାଇଲେ ଏପରି କଳା କାରନାମା। ଆଉ ଏଥିରେ ସହଯୋଗ କଲେ ନାବାଳିକାଙ୍କ ଭଉଣୀଭିଣୋଇ।

Minor Girl

Minor Girl

Advertisment

ଚଳନ୍ତା ଆମ୍ବୁଲାନ୍ସରେ ଦୁଷ୍କର୍ମର ଶିକାର ହେଲେ ନାବାଳିକା। ଆମ୍ବୁଲାନ୍ସର ହେଲପର ଘଟାଇଲେ ଏପରି କଳା କାରନାମା। ଆଉ ଏଥିରେ ସହଯୋଗ କଲେ ନାବାଳିକାଙ୍କ ଭଉଣୀଭିଣୋଇ। ଏପରି ଏକ ଘୃଣ୍ୟ କାମ ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରେ ଘଟିଛି।

Advertisment

କିଛି ଦିନ ତଳେ ନାବାଳିକାଙ୍କ ସମେତ ତାଙ୍କ ଭଉଣୀଭିଣୋଇ ଏକ ଆମ୍ବୁଲାନ୍ସରେ ଯାଉଥିଲେ। ସେମାନଙ୍କ ମଧ୍ୟରୁ କେହି ବି ଅସୁସ୍ଥ ନ ଥିଲେ। ମାତ୍ର ଆମ୍ବୁଲାନ୍ସ ଚାଳକ ପରିଚିତ ହୋଇଥିବାରୁ ସେମାନେ ତାଙ୍କ ସହ ଯାଉଥିଲେ।

ଗାଡ଼ିଟି କିଛି ବାଟ ଯିବା ପରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଅଟକାଇଥିଲେ। ନାବାଳିକାଙ୍କ ଭଉଣୀ ଭିଣୋଇ ପାଣି ଆଣିବା ବାହାନାରେ ସେଠାରେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଚାଳକଜଣକ ଗାଡ଼ିକୁ ଦ୍ରୁତ ଗତିରେ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଆମ୍ବୁଲାନ୍ସ ହେଲପର କେବଟ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ରାତି ସାରା ଉଭୟ ଡ୍ରାଇଭର ଓ ହେଲପର ନାବାଳିକାଙ୍କୁ ଗାଡ଼ିରେ ବନ୍ଧକ କରି ରଖିଥିଲେ। ଏହାପରେ ସକାଳେ ତାଙ୍କୁ ରାସ୍ତା କଡ଼କୁ ଫୋପାଡ଼ି ଫେରାର ହୋଇ ଯାଇଥିଲେ।

Advertisment

ବହୁ କଷ୍ଟରେ ନାବାଳିକାଜଣକ ଘରେ ପହଞ୍ଚି ନିଜ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଦୁଇ ଦିନ କାଳ ଲୋକଲଜ୍ଜା ଭୟରେ ସେମାନେ କାହାକୁ କିଛି କହି ନ ଥିବା ବେଳେ ଏହାପରେ ଥାନାରେ ପହଞ୍ଚି ୪ ଜଣଙ୍କ ନାମରେ ଅଭିଯୋଗ କରିଥିଲେ।

ପୁଲିସ୍‌ ତୁରନ୍ତ ମାମଲାର ଛାନଭିନ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଆମ୍ବୁଲାନ୍ସ ହେଲପର କେବଟ ଓ ଡ୍ରାଇଭର ବୀରେନ୍ଦ୍ର ଚର୍ତୁବେଦିଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍‌ ପୀଡ଼ିତାଙ୍କ ଭଉଣୀଭିଣୋଇଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Minor Raped Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe