Advertisment

ସମ୍ପର୍କରେ ଫାଟ; ବିଷ ପିଇ ପ୍ରେମିକ ଘରେ ପହଞ୍ଚିଲେ ନାବାଳିକା ପ୍ରେମିକା

ପ୍ରେମରେ ସୃଷ୍ଟି ହେଲା ଫାଟ । ଯେଉଁ ପ୍ରେମିକ ଦିନେ ଜୀବନଠୁ ଅଧିକ ଭଲ ପାଉଥିଲା, ସିଏ ଦୂରେଇଦେଲା। ବିବାହ କରିବାକୁ ଧରାଛୁଆଁ ଦେଲାନି। ନାବାଳିକା ପ୍ରେମିକାଜଣକ ଏହା ସହ୍ୟ କରି ନ ପରି ଉଠାଇଲା ଚରମ ପଦକ୍ଷେପ ।

author-image
Niharika Rout
Lovers

Lovers

ପ୍ରେମରେ ସୃଷ୍ଟି ହେଲା ଫାଟ । ଯେଉଁ ପ୍ରେମିକ ଦିନେ ଜୀବନଠୁ ଅଧିକ ଭଲ ପାଉଥିଲା, ସିଏ ଦୂରେଇଦେଲା। ବିବାହ କରିବାକୁ ଧରାଛୁଆଁ ଦେଲାନି। ନାବାଳିକା ପ୍ରେମିକାଜଣକ ଏହା ସହ୍ୟ କରି ନ ପରି ଉଠାଇଲା ଚରମ ପଦକ୍ଷେପ । ନିଜ ଘରେ ବିଷ ପିଇ ପ୍ରେମିକ ଘରେ ପହଞ୍ଚିଲା ପ୍ରେମିକା। ଏହାପରେ ସେ ଆଖି ବୁଜିଥିବା ଜଣାଯାଇଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ସହାରନପୁରରେ ଘଟିଛି। ନାବାଳିକଙ୍କ ଘରୁ ସୁଇସାଇଡ ନୋଟ ମିଳିଥିବା ବେଳେ ଏଥିନିମନ୍ତେ ସେ ନିଜ ପ୍ରେମିକଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ବାନ୍ଧିଛି ।

ନିଜ ସୁଇସାଇଡ ନୋଟରେ ନାବାଳିକାଜଣକ ଲେଖିଛନ୍ତି, ଅମନ ମୋତେ ବଞ୍ଚିବାକୁ ଦେଲାନି। ସେ ମୋ’ ଜୀବନ ଖରାପ କରିଦେଲା। ତେଣୁ ମୁଁ ମୋ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ମୋ’ ମା’ବାପାଙ୍କର କୌଣସି ଦୋଷ ନାହିଁ।

Advertisment

ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକେ ଜାଣିଥିବା ବେଳେ ବିବାହ ସମ୍ପର୍କରେ କଥା ବି ହେଉଥିଲେ। ମାତ୍ର କୌଣସି କାରଣବଶତଃ ତାହା ସମ୍ଭବ ହୋଇ ପାରିଲାନି। ଏହାପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା। ଏଥିରେ ଉତ୍ତ୍ୟକ୍ତ ନାବାଳିକାଜଣକ ଅମନଙ୍କ ନାଁରେ ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ।

ଏହାପରେ ବି ବିବାଦର ସମାଧାନ ନ ହେବାରୁ ନାବାଳିକାଜଣକ ନିଜ ଘରେ ବିଷ ପିଇ ପ୍ରେମିକଙ୍କ ଘରକୁ ଯାଇଥିଲେ। ସେଠାରେ ସେ ପ୍ରେମିକଙ୍କ ଘର ବାହାରେ ବସିଥିଲେ। ଏନେଇ ସୂଚନା ପାଇ ନାବାଳିକାଙ୍କ ମା’ ଯୁବକଙ୍କ ଘରେ ପହଞ୍ଚି ସେଠାରୁ ତୁରନ୍ତ ଝିଅକୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ପୁଲିସ୍‌ ଛାନଭିନ କରି ନାବାଳିକାଙ୍କ ଘରୁ ସୁଇସାଇଡ ନୋଟ ଜବତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Suicide Uttar Pradesh Love Betrayal