Dharamgarh Additional District Judge
କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ଜଣେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ବ୍ରହ୍ମାନନ୍ଦ ବାଗଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ ଅତିରିକ୍ତ ଦୈରାଜଜ୍ ବନ୍ଦନା କର। ଆଜି ଏହି ରାୟ ପ୍ରକାଶ ପାଇଛି।
ନାବାଳିକା ଜଣକ ରାତି ପ୍ରାୟ ୮ଟା ବେଳେ ଘର ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ବ୍ରହ୍ମାନନ୍ଦ ଓ ଅନ୍ୟ ଦୁଇ ଅଭିଯୁକ୍ତ ଅନିଲ ସେନାପତି, କୁଳମଣୀ ଠାକୁରଙ୍କ ସହ ମିଶି ଅପହରଣ କରିଥିଲେ। ପରେ ନାବାଳିକାକୁ ସେମାନେ ମୁକୁନ୍ଦପୁର ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ନାବାଳିକାକୁ ବାନ୍ଧି ରଖି ଦୁଇଦିନ ଧରି ଦୁଷ୍କର୍ମ କରିଥିଲା ବ୍ରହ୍ମାନନ୍ଦ। ୧ ଲକ୍ଷ ଟଙ୍କା ଦେବା ପରେ ନାବାଳିକାକୁ ଛାଡ଼ିବ ବୋଲି ତାହାର ବାପାଙ୍କୁ ବ୍ରହ୍ମାନନ୍ଦ ଧମକ ଦେଇଥିଲା।
ନାବାଳିକାର ବାପା ଦୁଇଦିନ ଧରି ବହୁ ଖୋଜାଖୋଜି କରିବା ପରେ ପୁଲିସରେ ଏତଲା ଦେଇଥିଲେ। ନାବାଳିକାଙ୍କୁ ଜଙ୍ଗଲରେ ଠାବ କରିବା ପରେ ବାପା ଜୁନାଗଡ ପୁଲିସକୁ ଜଣାଇଥିଲେ। ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ଓ ବ୍ରହ୍ମାନନ୍ଦକୁ ଗିରଫ କରାଯାଇଥିଲା। ତେବେ ଘଟଣାସ୍ଥଳରୁ ଆଉ ଦୁଇ ଅଭିଯୁକ୍ତ ଫେରାର ମାରିଥିଲେ।
ବ୍ରହ୍ମାନ୍ଦକୁ ଆଜି ସମସ୍ତ ସାକ୍ଷ୍ୟ, ପ୍ରମାଣ ଆଧାରରେ ଅତିରିକ୍ତ ଦୈରାଜଜ୍ ବନ୍ଦନା କର ୧୦ବର୍ଷ ଜେଲ୍ ଏବଂ ୨୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଦେଇ ନପାରିଲେ ଦୋଷୀକୁ ଆଉ ବର୍ଷେ ଜେଲ୍ ଦଣ୍ଡ ଦେବାକୁ ନିର୍ଦ୍ଦେଶ ହୋଇଛି।
ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ୍ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us