Advertisment

ବିମାନକୁ ବୋମା ଧମକ ପଛରେ ଥିବା ନବାଳକକୁ ଧରିଲା ପୁଲିସ୍‌, ସାଙ୍ଗକୁ ଫସାଇବାକୁ କରିଥିଲା ଷଡ଼ଯନ୍ତ୍ର

ରାଜନନ୍ଦଗାଓଁର ଏହି ୧୭ ବର୍ଷ ନାବାଳକ ନିଜ ସାଙ୍ଗକୁ ଫସାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ସେ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧମକ ଦେବାରେ ଲାଗିଥିଲା।

author-image
Hemant Lenka
Flight

Flight

ମାତ୍ର ୪୮ ଘଣ୍ଟା ମଧ୍ୟରେ ୧୨ ବିମାନକୁ ବୋମା ଧମକ ଦେଇ ପୂରା ଦେଶକୁ ଦୋହଲାଇ ଦେବା ଘଟଣାରେ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଏପରି ବୋମା ଧମକ ପଛରେ ଥିବା ନାବଳକଙ୍କୁ ଶେଷରେ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। ଛତିଶଗଡ଼ର ଏହି ନାବାଳକକୁ ଧରିଛି ମୁମ୍ବାଇ ପୁଲିସ।

Advertisment

ରାଜନନ୍ଦଗାଓଁର ଏହି ୧୭ ବର୍ଷ ନାବାଳକ ନିଜ ସାଙ୍ଗକୁ ଫସାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ସେ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧମକ ଦେବାରେ ଲାଗିଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୁଲିସ୍‌ ନାବାଳକର ବାପାଙ୍କୁ ମଧ୍ୟ ଘନଘନ ଜେରା କରୁଛି।

ମିଳିଥିବା ସୂଚନା ଅନୁସାରେ, ବିମାନଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ନାବଳକ ଜଣକ ସ୍କୁଲ ଡ୍ରପ ଆଉଟ। ଅର୍ଥାତ ସେ ଅଧାରୁ ପାଠପଢ଼ା ଛାଡ଼ିଛି। ମଙ୍ଗଳବାର ପୁଲିସ ତା’ ବାପାଙ୍କୁ ସମନ କରିଥିଲା।

Advertisment

ଆଜି ସେ ମୁମ୍ବାଇ ପୁଲିସ୍‌ ନିକଟରେ ହାଜର ହୋଇଛନ୍ତି। ନାବାଳକକୁ ପୁଲିସ୍‌ ହେପାଜତକୁ ନେବା ପରେ ସୁଧାର ଗୃହକୁ ପଠାଇ ଦେଇଛି। ନାବାଳକ ଜଣକ ଏକ୍ସରେ ନିଜ ସାଙ୍ଗ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲା। ଏହାପରେ ବୋମା ଧମକ ଏହି ଆକାଉଣ୍ଟରେ ପୋଷ୍ଟ କରିଥିଲା। ସାଙ୍ଗ ସହ ବିବାଦ ସୃଷ୍ଟି ହୋଇଥିବାରୁ ତା’କୁ ଫସାଇବା ପାଇଁ ସେ ଏପରି କରିଥିଲା। ଏବେ ପୁଲିସ୍‌ ଏହାର ଅଧିକ ତଦନ୍ତ କରୁଛି।

ବାରମ୍ବାର ବୋମା ଧମକ ମିଳିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଧମକ ଘଟଣାରେ ଦିଲ୍ଲୀ ପୁଲିସ ମଧ୍ୟ ୬ଟି ମାମଲା ରୁଜୁ କରିଥିଲା। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ମିଳିଥିଲା। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଓ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍ ପ୍ଲେନ୍ କୁ ଧମକ ମିଳିଥିଲା। ବୋମା ଥିବା ସୂଚନା ପରେ ଇଣ୍ଡିଗୋ ବିମାନ ଅହମଦାବାଦ ଓ ଆକାଶ ବିମାନ ଦିଲ୍ଲୀ ଫେରିଥିଲା।

ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୧୨ଟି ବିମାନକୁ ଏମିତି ଧମକପୂର୍ଣ୍ଣ କଲ ଆସିଛି। ଭାରତୀୟ ବିମାନଗୁଡିକୁ ଲଗାତର ବୋମା ଧମକର ଗୁଜବ ମିଳିବା ପରେ ସରକାର ଗୁରୁତର ସହ ନେଇଛନ୍ତି । ବୋମା ଧମକ ନେଇ ଫୋନ କରିଥିବା ବ୍ୟକ୍ତି ଧରାପଡ଼ିଲେ ସେମାନଙ୍କୁ ନୋ ଫ୍ଲାଏ ତାଲିକାଭୁକ୍ତ କରାଯିବ।

ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିମାନରେ ଏୟାର ମାର୍ଶଲଙ୍କ ସଂଖ୍ୟା ବଢ଼ାଯିବ। ଏୟାର ମାର୍ଶଲଙ୍କ ସଂଖ୍ୟା ଦ୍ୱିଗୁଣିତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Indigo Airlines Airlines