Advertisment

ପାକିସ୍ତାନ ବନ୍ଧୁଙ୍କ ପାଖକୁ ଯିବାକୁ ଭାରତୀୟ ନାବାଳିକାଙ୍କ ମନ; ଏୟାରପୋର୍ଟରେ ଧରା ପଡ଼ିଲେ

ଉଭୟ ପୂର୍ବରୁ ବିବାହିତା ଥିବା ବେଳେ ଏବେ ପୁଣି ଥରେ ନିଜ ସୋଶାଲ ମିଡିଆ ବନ୍ଧୁଙ୍କୁ ବିବାହ କରିବାକୁ ପଛାଇ ନାହାନ୍ତି।

ଅଦ୍ୟତନ ହୋଇଛି
Minor Girl

Minor Girl

Advertisment

ସୋଶାଲ ମିଡିଆରୁ ଆରମ୍ଭ ସମ୍ପର୍କ ଧୀରେ ଧୀରେ ଘନିଷ୍ଠ ହେବା ପରେ ଦେଶ ସୀମା ଡେଇଁବାକୁ ପଛାଉ ନାହାନ୍ତି ଯୁବବର୍ଗ। ଏପରିକି ନିଜ ସଂସାରକୁ ଉଜାଡ଼ି ଅନ୍ୟ ଦେଶରେ ସଂସାର ବସାଇବାକୁ ତତ୍ପର ହୋଇ ଉଠୁଛନ୍ତି। ନିକଟ ଅତୀତରେ ପାକିସ୍ତାନର ଜଣେ ମହିଳା ନିଜ ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ବେଳେ ଭାରତର ଜଣେ ମହିଳା ନିଜ ୨ ଛୁଆଙ୍କୁ ଛାଡ଼ି ପାକିସ୍ତାନ ପଳାଇଛନ୍ତି। ଉଭୟ ପୂର୍ବରୁ ବିବାହିତା ଥିବା ବେଳେ ଏବେ ପୁଣି ଥରେ ନିଜ ସୋଶାଲ ମିଡିଆ ବନ୍ଧୁଙ୍କୁ ବିବାହ କରିବାକୁ ପଛାଇ ନାହାନ୍ତି। ଏପରି ଏକ ଘଟଣା ପୁଣି ଥରେ ଭାରତରେ ଘଟିଛି। ଭାରତର ଜଣେ ନାବାଳିକା ପାକିସ୍ତାନ ଯିବାକୁ ଉଦ୍ୟତ ହେଉଥିବା ବେଳେ ତାଙ୍କୁ କାବୁ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Advertisment

ଏପରି ଜଣେ ନାବାଳିକାଙ୍କୁ ଗତକାଲି ରାଜସ୍ଥାନର ଜୟପୁର ଏୟାରପୋର୍ଟରେ ଚିହ୍ନଟ କରାଯାଇଥିଲା। ନାବାଳିକାଜଣକ ବିନା କୌଣସି ଭିସା କିମ୍ବା କାଗଜପତ୍ରରେ ପାକିସ୍ତାନ ଯିବାକୁ ଗୋଡ଼ ଟେକିଥିଲେ।

ଏୟାରପୋର୍ଟ ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିବାରୁ ପାକିସ୍ତାନର ଜଣେ ଯୁବକ ଇନଷ୍ଟାଗ୍ରାମରେ ବନ୍ଧୁ ପାଲଟିଥିବା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଯିବାକୁ ଚାହୁଁଥିବା କହିଥିଲେ। ଏପରିକି ଜୟପୁରରୁ ପାକିସ୍ତାନକୁ ସିଧା କୌଣସି ବିମାନ ନ ଥିବା ବି ନାବାଳିକାଜଣକ କିଛି ଜାଣି ନ ଥିଲେ । ଏଥିପାଇଁ କ’ଣ କ’ଣ କାଗଜପତ୍ର ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ତାଙ୍କର କିଛି ଜ୍ଞାନ ନ ଥିଲା। ହେଲେ ସେ ପାକିସ୍ତାନ ଯିବାକୁ ନିଜ ଜିଦ୍‌ରେ ଅଡି ବସିଥିଲେ।

Advertisment

ଏନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯିବାଥିଲା ।  ସେମାନେ ପହଞ୍ଚିବା ପରେ ପିତାମାତାଙ୍କୁ ଝିଅକୁ ହସ୍ତାନ୍ତର କରାଯାଇଥିଲା।

କିଛି ଦିନ ପୂର୍ବେ ରାଜସ୍ଥାନର ଅଞ୍ଜୁ ନାମ୍ନୀ ମହିଳା ପାକିସ୍ତାନରେ ଥିବା ନିଜ ଫେସବୁକ୍‌ ବନ୍ଧୁ ନସରୁଲ୍ଲାଙ୍କୁ ସାକ୍ଷାତ କରିବାକୁ ଯାଇ ସେଠାରେ ତାଙ୍କୁ ବିବାହ କରିଥିବା ଜଣାଯାଇଛି। ହେଲେ ଏବେ ପୁଣି ଥରେ ଏପରି ଘଟଣା ଚିନ୍ତାର କାରଣ ପାଲଟିଲାଣି।

Pakistan Facebook Minor Crimes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe