Advertisment

ଛେଳି ଚୋରି ଅଭିଯୋଗରୁ ମହାଭାରତ; ୩ ନାବାଳକଙ୍କୁ ନିର୍ଧୂମ ପିଟିଲେ ଲୋକେ, ଜଣେ ମୃତ

ଗତ ଶନିବାର ଉଖଳଦ ଗାଁରେ ଏକ ଛେଳି ଚୋରି ହୋଇଥିବା ପ୍ରଚାରିତ ହୋଇଥିଲା। ଏହାପରେ ଗାଁ ଲୋକେ ସନ୍ଦେହରେ ୩ ନାବାଳକଙ୍କୁ ଅଟକାଇ ପଚରାଉଚରା କରି ପ୍ରବଳ ମାଡ଼ ମାରିଥିଲେ।

Police

Police

Advertisment

ସନ୍ଦେହ ହେଳା କାଳ। ଛେଳି ଚୋରି ହୋଇଥିବା ପ୍ରଚାରିତ ହେବା ପରେ ଆରମ୍ଭ ହେଲା ମହାଭାରତ । ହାତରେ କିଛି ପ୍ରମାଣ ନ ଥାଇ ବି କେବଳ ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ୩ ନାବାଳକଙ୍କୁ ନିର୍ଧୂମ ପିଟିବାରୁ ଅକାଳରେ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨ ଜଣ ଏବେ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଏମ ଅମାନବୀୟ ଘଟଣା ମହାରାଷ୍ଟ୍ରର ପରଭଣି ଅଞ୍ଚଳର ଉଖଳଦ ଗାଁରେ ଗତ ଶନିବାର ଘଟିଛି।। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ବାନ୍ଧିଛି।

Advertisment

ଗତ ଶନିବାର ଉଖଳଦ ଗାଁରେ ଏକ ଛେଳି ଚୋରି ହୋଇଥିବା ପ୍ରଚାରିତ ହୋଇଥିଲା। ଏହାପରେ ଗାଁ ଲୋକେ ସନ୍ଦେହରେ ୩ ନାବାଳକଙ୍କୁ ଅଟକାଇ ପଚରାଉଚରା କରିଥିଲେ। ମାତ୍ର ସେମାନେ କିଛି ଜାଣି ନ ଥିବା କିମ୍ବା ଛେଳି ଚୋରି କରି ନ ଥିବା କହିଥିଲେ। ଏଥିରେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ।

ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ପିଲାମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଆଉ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ ନାବାଳକଜଣକ ଶିଖ୍‌ ସମ୍ପ୍ରଦାୟର ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ଏହି ଘଟଣାରେ ୩ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏହି ଘଟଣାର ଅନ୍ୟମାନଙ୍କୁ ଧରିବାକୁ ପୁଲିସ୍‌ ୩ଟି ଟିମ୍ ଗଠନ କରିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟିମ୍‌ ମୁତୟନ କରାଯାଇଥିବା ଜଣାଯାଇଛି।

Minor Murdered Minor Attacked Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe