Advertisment

ଜଳଖିଆ ଦେଲେନି ମା’; ଜୀବନ ନେଇଗଲା ନାବାଳକ ପୁଅ

ସକାଳେ ନାବାଳକଜଣକ ସ୍କୁଲ ଯିବାକୁ ତରତର ହେଉଥିବା ବେଳେ ମା’ଙ୍କୁ ଜଳଖିଆ ଖାଇବାକୁ ମାଗିଥିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିଦେଲେ।

author-image
Niharika Rout
Mother & Son

Mother & Son

ସକାଳେ ନାବାଳକଜଣକ ସ୍କୁଲ ଯିବାକୁ ତରତର ହେଉଥିବା ବେଳେ ମା’ଙ୍କୁ ଜଳଖିଆ ଖାଇବାକୁ ଦେବାକୁ ମାଗିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିଦେଲେ। ଏଥିରେ ଉତ୍‌କ୍ଷିପ୍ତ ନାବାଳକଜଣକ ଏକ ଠେଙ୍ଗା ସାହାଯ୍ୟରେ ମା’ଙ୍କ ମୁଣ୍ଡକୁ ପିଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକାର ମୂଲବାଗଲ ଅଞ୍ଚଳରେ ଘଟିଛି। ଏହି ଘଟଣାରେ ନାବାଳକଙ୍କୁ ବାନ୍ଧିଛି ପୁଲିସ୍‌ ।

Advertisment

ନାବାଳକଜଣକ ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସେ ସ୍କୁଲ ଯିବାକୁ ରେଡ୍ଡି ହେଉଥିଲେ। ଉକ୍ତ ସମୟରେ ସେ ବ୍ୟସ୍ତ ଥିବା ବେଳେ ଖାଇବାକୁ ଦେବାକୁ ମା’ଙ୍କୁ କହିଥିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିବା ସହ ତୁ ମୋ’ ପୁଅ ନୁହେଁ ବୋଲି ବି କହିଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ନାବାଳକଜଣକ ଘରେ ପଡ଼ିଥିବା ଏକ ଠେଙ୍ଗା ସାହାଯ୍ୟରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

Advertisment

ଏହାପରେ ନାବାଳକଜଣକ ନିକଟସ୍ଥ ଥାନାକୁ ଯାଇ ଘଟଣା ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ରକ୍ତାକ୍ତ ମୃତଦେହ ଘର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ପରିବାର ସଦସ୍ୟଙ୍କ ପକ୍ଷରୁ ମହିଳାଙ୍କ ଶେଷକୃତ ସମ୍ପନ୍ନ କରାଯାଇଥିଲା।

ଏହି ମାମଲାରେ ପୁଲିସ୍‌ ମୃତ ମହିଳାଙ୍କ ନାବାଳକ ପୁଅକୁ ବାନ୍ଧିଛି।

Karnataka Murder