Advertisment

ଟ୍ରାକ୍‌ରେ ଥିଲା ବଡ଼ ସିମେଣ୍ଟ ଖଣ୍ଡ, ପିଟିଲା ମାଲବାହୀ ଟ୍ରେନ୍‌

ଗତ ରାତିରେ ଅଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ୍‌ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ଏହାର ଓଜର ୭୦ କେଜି ବୋଲି ଜଣାପଡ଼ିଛି।

Train Accident

Train Accident

Advertisment

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଗତ ରବିବାର ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳି ଥିବା ବେଳେ ଗତ ରାତିରେ ରାଜସ୍ଥାନର ଆଜମେରରେ ବି ସମାନ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏକ ଟ୍ରେନ୍‌ ।

Advertisment

କାନପୁରରେ ଟ୍ରାକ୍‌ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ତାହାକୁ ଧକ୍କା ଦେଇଥିଲା। ସେହିପରି ଗତ ରାତିରେ ଅଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ୍‌ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ଏହାର ଓଜର ୭୦ କେଜି ବୋଲି ଜଣାପଡ଼ିଛି। ତେବେ ଦ୍ରୁତ ଗତିରେ ଥିବା ମାଲବାହୀ ଟ୍ରେନ୍‌ଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିବା ବେଳେ ତାହା ଲାଇନ୍‌ଚ୍ୟୁତ ହୋଇ ନ ଥିଲା। ଉକ୍ତ ମାଲଗାଡ଼ିଟି ପୁଲେରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା।

ଏନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଅରମ୍ଭ କରିଛି। ଟ୍ରେନ୍‌କୁ ଲାଇନଚ୍ୟୁତ୍‌ କରିବା ନିମନ୍ତେ କିଏ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

Advertisment

ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ଟ୍ରାକ୍‌ରେ ବଡ଼ବଡ଼ ସିମେଣ୍ଟ ଖଣ୍ଡ ଚୁରମାର ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲା। ଏହାପରେ ଅପର ପାର୍ଶ୍ୱରେ ଥିବା ଏକ ଟ୍ରାକ୍‌ରେ ବି ସମାନ ସାଇଜର ସିମେଣ୍ଟ ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉକ୍ତ ଦୁଇ ଲାଇନ୍‌ରେ ରେଳ ଚଳାଚଳ ବନ୍ଦ କରି ସିମେଣ୍ଟ ଖଣ୍ଡଗୁଡ଼ିକୁ ବାହାର କରାଯାଇଥିଲା। ଏହାପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଗତ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା । ତେବେ ଏଥିରେ ଟ୍ରେନ୍‌ର ଅବା ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନ ଥିଲା । ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। କାରଣ ଗ୍ୟାସ ସିଲିଣ୍ଡର ବ୍ୟତୀତ ଉକ୍ତ ସ୍ଥାନରୁ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ମିଳିଥିଲା।

ଏବେ ରାଜସ୍ଥାନରେ ସମାନ ଘଟଣା ଘଟିବା ପରେ ଏହା ପଛରେ ଷଡଯନ୍ତ୍ର ଥିବା ଅନୁମାନ କରାଯାଉଛି। ଅର୍ଥାତ ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରିବା ସହ ଧନଜୀବନ ହାନୀ ନିମନ୍ତେ ଏପରି ଭୟଙ୍କର ଷଡଯନ୍ତ୍ର କରାଯାଇଥିବାର ଦୁର୍ଗନ୍ଧ ବାରି ହୋଇ ପଡ଼ୁଛି।

Rajasthan Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe