Advertisment

ପୁଣି ବାଟବଣା କଲା ଗୁଗୁଲ: ନାଗାଲାଣ୍ଡ ପଳାଇଲା ଆସାମ ପୁଲିସ, ବାନ୍ଧିଲେ ଲୋକେ

ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ପାଇଁ ଯାଉଥିଲା ଆସାମ ପୁଲିସ। ସଠିକ୍‌ ରାସ୍ତା ପାଇଁ ସେ ଗୁଗୁଲ ମ୍ୟାପ୍‌ର ସାହାରା ନେଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Google Maps

Google Maps

ପୁଣି ଧୋକା ଦେଲା ଗୁଗୁଲ ମ୍ୟାପ୍‌। ବାଟ ଦେଖାଉଥିବା ଗୁଗୁଲ ମ୍ୟାପ୍‌ କଲା ବାଟବଣା। ଗୁଗୁଲ ମ୍ୟାପ୍‌କୁ ଭରସା କରି ଏଥର ଫସିଲା ପୁଲିସ। ଚଢ଼ାଉ ପାଇଁ ଆସାମ ଯାଉଥିବା ପୁଲିସକୁ ନାଗାଲାଣ୍ଡରେ ନେଇ ପହଞ୍ଚାଇଲା। ଫଳରେ ସେଠାକାର ଲୋକେ ଏବେ ପୁଲିସକୁ ବାନ୍ଧି ନେଲେ। 

Advertisment

ବୁଧବାର ଆସାମ ଜୋରହାଟ ପୁଲିସର ଏକ ୧୬ ଜଣିଆ ଟିମ୍‌ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ କରୁଥିଲା। ଏହି ସମୟରେ ଗୁଗୁଲ ମ୍ୟାପ୍‌ର ସେମାନେ ସାହାରା ନେଇଥିଲେ। ଗୁଗୁଲ ମ୍ୟାପ୍‌ ଯେଉଁ ରାସ୍ତା ଦେଖାଇଥିଲା, ପୁଲିସ ଟିମ୍‌ ସେହି ରାସ୍ତା ଦେଇ ଆଗକୁ ବଢ଼ିଥିଲେ। ଫଳରେ ଠିକଣାସ୍ଥଳରେ ପହଞ୍ଚିବା ବଦଳରେ ଏମାନେ ନାଗାଲାଣ୍ଡ ସୀମାରେ ପହଞ୍ଚି ଯାଇଥିଲେ।

ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାରେ ପୁଲିସ ଟିମ୍‌ ଅଜାଣତରେ ପହଞ୍ଚି ଯାଇଥିଲେ। ଏହି ସମୟରେ ପୁଲିସମାନେ ସାଧା ପୋଷାକରେ ଥିଲେ। ସେମାନଙ୍କ ପାଖରେ ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ଥିଲା। ଏହାଦେଖି ସେଠାକାର ସ୍ଥାନୀୟ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ ଓ ରାତିସାରା ବନ୍ଧକ ରଖିଥିଲେ।

Advertisment

ଜଣେ ଅଧିକାରୀଙ୍କ କହିବା ମୁତାବକ, ତାହା ଏକ ଚା ବଗିଚା ଅଞ୍ଚଳ ଥିଲା। ଯାହାକୁ ଗୁଗୁଲ ମ୍ୟାପ୍‌ରେ ଆସାମର ବୋଲି ଦେଖାଇଥିଲା। ତେବେ ପ୍ରକୃତରେ ତାହା ନାଗାଲାଣ୍ଡରେ ସୀମା ଥିଲା। ଜିପିଏସ୍‌ରେ ଦ୍ୱନ୍ଦ୍ୱ ଥିବାରୁ ଦଳ ନାଗାଲାଣ୍ଡ ଭିତରକୁ ଯାଇ ଅପରାଧୀଙ୍କୁ ଖୋଜିଥିଲେ ପୁଲିସ ଟିମ୍‌। ତେବେ ସେଠାକାର ସ୍ଥାନୀୟ ଲୋକେ ପାଖରେ ହତିଆରା ଥିବା ଦେଖି ଆସାମ ପୁଲିସ ଟିମ୍‌କୁ ଦୁର୍ବୃତ୍ତ ବୋଲି ଭାବିଥିଲେ। ପରେ ସେମାନଙ୍କୁ ବନ୍ଧକ ରଖିଥିଲେ।

ଏହି ସୂଚନା ମିଳିବା ପରେ ଜୋରହାଟ ପୁଲିସ ତୁରନ୍ତ ମୋକୋକଚୁଙ୍ଗ ପୁଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲା। ଆସାମ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଟିମ୍ ପଠାଇଥିଲା। ତା’ପରେ ସ୍ଥାନୀୟ ଲୋକମାନେ ଅନୁଭବ କଲେ ଯେ ଏହା ଆସାମର ପ୍ରକୃତ ପୁଲିସ ଟିମ୍‌। ଏହାପରେ ସେମାନେ ସମସ୍ତଙ୍କୁ ମୁକ୍ତ କରିଥିଲେ। ରାତିସାରା ସ୍ଥାନୀୟ ଲୋକେ ୧୧ଜଣ ପୁଲିସ କର୍ମୀଙ୍କୁ ବନ୍ଧକ ରଖିଥିଲେ। ସକାଳେ ତାଙ୍କୁ ମୁକ୍ତ କରାଯାଇଥିଲା। ପରେ ସେ ଜୋରହାଟରେ ପହଞ୍ଚିଥିଲେ।

Google Map Misled By Google Maps Assam Cops Enter Nagaland