Advertisment

ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ

ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।

author-image
Hemant Lenka
Delhi

Delhi

ରାଜଧାନୀରେ ଚାଞ୍ଚଲ୍ୟ। ଦିଲ୍ଲୀର ଶଙ୍କର ବିହାର ମିଲିଟାରୀ ଅଞ୍ଚଳରୁ ମିଳିଛି ନିଖୋଜ ଥିବା ୮ ବର୍ଷ ଝିଅର ମୃତଦେହ। ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।

Advertisment

ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ। ଏଥିପାଇଁ ସେମାନେ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲେ। ପୁଲିସ୍‌ ସର୍ଚ୍ଚ ଅପରେସନ କରିଥିଲେ ହେଁ ରାତିରେ ନିଖୋଜ ନାବାଳିକାଙ୍କ କୌଣସି ପତ୍ତା ପାଇ ନଥିଲା। 

ତେବେ ଆଜି ସକାଳେ ପରିତ୍ୟକ୍ତ ଅବସ୍ଥାରେ ଥିବା ଗୋଟିଏ ବିଲଡିଂର ରଡ୍‌ରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ମାମଲା ରୁଜୁ କରି ଉକ୍ତ ସିସିଟିଭି ଫୁଟେଜରୁ ସୁରକା ହାସଲ କରିବା ଲକ୍ଷ୍ୟରେ ରହିଛି।

Advertisment

ଅନ୍ୟପକ୍ଷରେ ନାବାଳିକାଙ୍କ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି। କେହି ତାଙ୍କ ଦୁଷ୍କର୍ମ ପରେ ହତ୍ୟା କରିଛି। ଏଥିପାଇଁ ସେମାନେ ସ୍ଥାନୀୟ ଲୋକଙ୍କ ସହ ମିଶି ନ୍ୟାୟ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ପୁଲିସ୍‌ ଓ ପ୍ରଶାସନର ବୁଝାସୁଝା ପରେ ରାସ୍ତା ରୋକ ହଟିଥିଲା।

Murder Delhi Stop Rape