Advertisment

ପାଣି ଟାଙ୍କିରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେହି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି।

author-image
Hemant Lenka
Police

Police

ମଧ୍ୟପ୍ରଦେଶର ଭୋପାଲରୁ ନିଖୋଜ ହୋଇଯାଇଥିବା ୫ ବର୍ଷୀୟ ଶିଶୁ କନ୍ୟାର ମୃତଦେହ ମିଳିଛି। ତାକୁ ଅପହରଣ କରି ନିଆଯାଇଥିବା ଆଶଙ୍କା କରାଯାଉଥିଲେ ହେଁ ଆଜି ସେ ରହୁଥିବା ବିଲଡିଂର ପାଣି ଟାଙ୍କିରୁ ମୃତଦେହକୁ ପୁଲିସ ଉଦ୍ଧାର କରିଛି।

Advertisment

କେହି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଛନ୍ତି।

୩ ଦିନ ତଳେ ୫ ବର୍ଷୀୟ ଝିଅଟି ନିଖୋଜ ହୋଇଥିବା ଖବର ମିଳିଥିଲା। ତା’କୁ ଠାବ କରିବା ପାଇଁ ୫ଟି ପୁଲିସ ଷ୍ଟେସନର ୧୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଲାଗି ପଡ଼ିଥିଲେ। ଡଗ ସ୍କ୍ୱାଡ ଓ ଡ୍ରୋନ ମଧ୍ୟ ବ୍ୟବହାର ହୋଇଥିଲା । ବିଲଡିଂରେ ଥିବା ୧୦୦୦ ଫ୍ଲାଟ ସହ ୱାଶିଂ ମେସିନକୁ ପୁଲିସ ଯାଞ୍ଚ କରିଥିଲା। ତେବେ ୭୨ ଘଣ୍ଟା ପରେ ଗୋଟିଏ ପାଣି ଟାଙ୍କିରୁ ମୃତଦେହ ମିଳିଛି।

Advertisment

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଝିଅଟି ଘର ପାଖରେ ଥିବା ଗୋଟିଏ ବନ୍ଦ ଫ୍ଲାଟକୁ କାହିଁକି ପୁଲିସ୍‌ ପ୍ରଥମରୁ ଖୋଲିଲା ନାହିଁ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି।

ଆଜି ମୃତଦେହ ମିଳିବା ପରେ ପୁଲିସ୍‌ କଳା ଯାଦୁ, ବ୍ୟକ୍ତିଗତ ଶତ୍ରୁତା ଓ ଯୌନ ନିର୍ଯାତନା ଭଳି ସବୁ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ପୁଲିସ୍‌ ଅଧିକାରୀ ଶାଳିନୀ ଦିକ୍ଷୀତ କହିଛନ୍ତି, “ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଆମେ ସବୁ ଦିଗରୁ ଏହାର ଯାଞ୍ଚ କରୁଛୁ। ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସି ପାରିବ।”

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାକୁ ବିରୋଧୀ ଦଳ ଭାବେ କଂଗ୍ରେସ ସମର୍ଥନ କରିଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Police Madhya Pradesh Stop Rape