Rescue
ଗତ ମଙ୍ଗଳବାର ଜାମସେଦପୁରରେ ଏକ ବିମାନ କ୍ରାଶ୍ ହୋଇ ଚଣ୍ଡିଲ ଡ୍ୟାମ୍କୁ ଖସି ପଡ଼ିଥିଲା। ସେବେଠୁ ବିମାନର ୨ ପାଇଲଟ ନିଖୋଜ ହୋଇ ଯାଇଥିଲେ। ନିଖୋଜ ୨ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳିପାରିନି।
ମୃତଦେହ ଉଦ୍ଧାର ହୋଇଥିବା ଟ୍ରେନି ପାଇଲଟଜଣକ ହେଲେ ଶୁଭ୍ରୋଦୀପ ଦତ୍ତ । ମାତ୍ର ତାଙ୍କ ସହ ଥିବା କ୍ୟାପଟେନ ଶୁତ୍ରନନ୍ଦଙ୍କ କୌଣସି ଖୋଜ ଖବର ମିଳି ପାରିନି। ଶୁଭ୍ରୋଦୀପଙ୍କ ମୃତଦେହ ଚଣ୍ଡିଲ ଡ୍ୟାମରୁ ଉଦ୍ଧାର ହୋଇଛି।
ବିମାନଟି କ୍ରାଶ୍ ହେବା ପରେ ରକ୍ଷା ରାଜ୍ୟ ମନ୍ତ୍ରୀ ସଞ୍ଜୟ ସେଠ ତଲାସୀ ଅଭିଯାନ ନିମନ୍ତେ ହାଇଦ୍ରାବାଦରୁ ନୌସେନାର ଏକ ୧୫ ଜଣିଆ ଟିମ୍ ଘଟଣାସ୍ଥଳ ଅଭିମୁଖେ ପଠାଇଥିଲେ।
ବୁଧବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୌସେନାର ୧୫ ଜଣିଆ ଟିମ୍, କିଛି ମେଶିନ ଓ ଉପକରଣ ସହ ରାଞ୍ଚିରେ ପହଞ୍ଚିଥିଲେ। ଏହାପରେ ରାଞ୍ଚିରୁ ଉକ୍ତ ଟିମ୍ ଆଜି ଭୋରରୁ ଚଣ୍ଡିଲ ଡ୍ୟାମ୍ ଅଭିମୁଖେ ବାହାରିଥିଲା। ବହୁ ସମୟ ଖୋଜାଖୋଜି ପରେ ସେମାନେ ଟ୍ରେନି ପାଇଲଟ ଶୁଭ୍ରୋଦୀପଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ମଙ୍ଗଳବାର ସକାଳ ୧୧ଟାରେ ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଆଲକେମିଷ୍ଟ ଆଭିଏସନ୍ର ଏକ ଟୁ-ସିଟ୍ର୍ ଟ୍ରେନି ବିମାନ ଉଡାଣ ଭରିଥିଲା। ତେବେ ଟେକ୍ ଅଫ୍ର କିଛି ମିନିଟ୍ ମଧ୍ୟରେ ହିଁ ବିମାନଟି ଚଣ୍ଡିଲ ଡ୍ୟାମରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲା। ସେବେଠୁ ବିମାନରେ ଥିବା କ୍ୟାପଟେନ ଶୁତ୍ରନନ୍ଦ ଏବଂ ଟ୍ରନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତଙ୍କ କୌଣସି ପତ୍ତା ମିଳୁ ନ ଥିଲା। ଟ୍ରେନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତା ଆଦିତ୍ୟପୁରର ହୋଇଥିବାବେଳେ କ୍ୟାପଟେନ ଶୁତ୍ରନନ୍ଦ ପାଟନା ବାସିନ୍ଦା ବୋଲି ଜଣାପଡିଛି। ଏହି ଦୁର୍ଘଟଣା ପରଠୁ ଉଭୟ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us