Advertisment

ମିଥୁନଙ୍କୁ ପାକିସ୍ତାନୀ ଡନ୍‌ର ଧମକ, ତୁରନ୍ତ କ୍ଷମା ମାଗ

ଦୁବାଇରେ ଥିବା ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଦୁଇଟି ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ମିଳିଛି।

Mithun

Mithun

Advertisment

ଅଭିନେତା ସଲମାନ ଖାନ୍‌ ଓ ଶାହରୁଖ ଖାନ୍‌ଙ୍କ ପରେ ଏବେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ଧମକ। ତାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛି ପାକିସ୍ତାନର ଡନ୍‌। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁବାଇରେ ବସିଥିବା ଜଣେ ପାକିସ୍ତାନୀ ଡନ୍‌ ଶହଜାଦ ଭଟ୍ଟୀ ୧୫ ଦିନ ଭିତରେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ମିଥୁନଙ୍କୁ ଧମକ ଦେଇଛନ୍ତି।

Advertisment

ଦୁବାଇରେ ଥିବା ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଦୁଇଟି ଭିଡିଓ ଜାରି କରିଛି। ଯେଉଁଥିରେ ସେ ନିକଟରେ ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ଏକ ବୟାନକୁ ନେଇ ଧମକ ଦେଉଥିବା ଦେଖିବାକୁ ମିଳିଛି। ୧୦-୧୫ ଦିନ ମଧ୍ୟରେ ଆପଣଙ୍କ କ୍ଷମା ମାଗନ୍ତୁ। କ୍ଷମା ମାଗିବା ଆପଣଙ୍କ ପାଇଁ ଭଲ। ଯଦି ଏଭଳି ନକରନ୍ତି ତେବେ ଆପଣଙ୍କୁ ପସ୍ତେଇବାକୁ ପଡିବ। ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଏହି ଧମକପୂର୍ଣ୍ଣ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଗତ ମାସରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାରେ ଏକ ନଳୀୟ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ଏହି ସମୟରେ ସେ ଏକ ହେଟ୍‌ ସ୍ପିଚ୍‌ ଦେଇଥିବାର ଅଭିଯୋଗ ହୋଇଥିଲା। ଏହା ପରେ ହିଁ ହଙ୍ଗାମା ହୋଇଥିଲା। ବାସ୍ତବରେ, ଏହା ପରେ ମିଥୁନଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ରୁଜୁ କରାଯାଇଥିଲା।

Advertisment

ନିଜ ଭାଷଣ ସେ କହିଥିଲେ ଯେ, 'ଆଜି ମୁଁ ଜଣେ ଅଭିନେତା ନୁହେଁ ବରଂ ୬୦ଦଶକର ମିଥୁନ ଚକ୍ରବର୍ତ୍ତୀ ଭାବରେ କହୁଛି । ସେ କହିଛନ୍ତି ଯେ ରାଜନୀତିର କୌଶଳ ମୋ ପାଇଁ ନୂଆ ନୁହେଁ କାରଣ ମୁଁ ରକ୍ତ ରାଜନୀତି କରିସାରିଛି। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ କହିଛି ଯେ ଏଥିପାଇଁ ଯାହା ଦରକାର ତାହା କରିବି। ଏଠାରେ ଜଣେ ନେତା କହିଥିଲେ ଯେ ହିନ୍ଦୁମାନଙ୍କୁ କାଟିକି ଭାଗୀରଥୀରେ ଫିଙ୍ଗୁ ଦେବୁ, କିନ୍ତୁ ମୁଁ ଭାବିଲି ଏହାକୁ ନେଇ ମୁଖ୍ୟମନ୍ତ୍ରୀ କିଛି କହିବେ, କିନ୍ତୁ କିଛି ହେଲା ନାହିଁ ଏବଂ ବର୍ତ୍ତମାନ ମୁଁ କହୁଛି ମୁଁ ତୁମକୁ ତୁମ ଦେଶରେ ପୋତି ଦେବି।'

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ସଲମାନ ଖାନ କ୍ରମାଗତ ଧମକ ଦେଉଛନ୍ତି। ସଲମାନଙ୍କ ପରେ ନିକଟରେ ଶାହାରୁଖ ଖାନଙ୍କୁ ମଧ୍ୟ ଧମକ ମିଳିଥିଲା । ବର୍ତ୍ତମାନ ମିଥୁନଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ତେବେ ଏହି ଧମକକୁ ନେଇ ମିଥୁନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Mithun Chakraborty Threat To Mithun Shahzad Bhatti Pakistani Don
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe