Advertisment

କେନ୍ଦ୍ରୀୟ ବଜେଟକୁ କଡ଼ା ସମାଲୋଚନା କଲେ ରାହୁଲ, ମମତା

ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନ କରିଛନ୍ତି।

author-image
Tapas Behera
undefined

Rahul Gandhi

ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନ କରିଥିବା ବଜେଟକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଏହି ବଜେଟକୁ ‘ମିତ୍ର କାଳ’(ବନ୍ଧୁତ୍ୱପୂର୍ଣ୍ଣ ବଜେଟ)ର ବଜେଟ ବୋଲି କହିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ବନ୍ଧୁତ୍ୱପୂର୍ଣ୍ଣ ବଜେଟ – ଚାକିରି ସୃଷ୍ଟି କରିବାର କୌଣସି ଲକ୍ଷ୍ୟ ନାହିଁ, ମୁଦ୍ରାସ୍ଫୀତିର ମୁକାବିଲା ପାଇଁ କୌଣସି ଯୋଜନା ନାହିଁ, ଅସମାନତାକୁ ଦୂର କରିବା ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ।

Advertisment

ସେ ଆହୁରି କହିଛନ୍ତି, ୧ ପ୍ରତିଶତ ଧନୀ ୪୦ ପ୍ରତିଶତ ସମ୍ପତ୍ତିର ମାଲିକ, ୫୦ ପ୍ରତିଶତ ଗରିବ ଲୋକ ୬୪ ପ୍ରତିଶତ ଜିଏସ୍‌ଟି ଦେବେ, ୪୨ ପ୍ରତିଶତ ଯୁବକ ବେରୋଜଗାରୀ ଅଛନ୍ତି। ତଥାପି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉନାହାଁନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଜେଟ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସେ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ଲୋକ ବିରୋଧୀ ଏବଂ ଏଥିରେ ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଇନାହିଁ। ଆୟକର ସ୍ଲାବରେ ପରିବର୍ତ୍ତନ କରି କାହାକୁ ଲାଭ ମିଳିବ ନାହିଁ ବୋଲି ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, “ଏହି କେନ୍ଦ୍ରୀୟ ବଜେଟ୍ ସଂପୂର୍ଣ୍ଣ ସୁବିଧାବାଦୀ ଓ ଲୋକ ବିରୋଧୀ । ଏହି ବଜେଟ କେବଳ ଗୋଟିଏ ଶ୍ରେଣୀର ଲୋକଙ୍କୁ ଉପକୃତ କରିବ | ଦେଶରେ ବେକାରୀ ସମସ୍ୟା ସମାଧାନ କରିବାରେ ଏହା ସାହାଯ୍ୟ କରିବ ନାହିଁ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି ବୋଲି ମମତା କହିଛନ୍ତି।

Advertisment
India