Advertisment

ତାମିଲନାଡୁ ରାଜ୍ୟ ସଂଗୀତ ବେଳେ ‘ଦ୍ରାବିଡ’କୁ ଭୁଲି ଗଲେ, ରାଜ୍ୟପାଳଙ୍କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ କହିଲେ

ରାଜ୍ୟପାଳଙ୍କ ଅଫିସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କାଯାଇଛି।

stalin

stalin

Advertisment

ତାମିଲନାଡୁର ରାଜ୍ୟ ସଂଗୀତ ତାମିଲ ଥାଇ ଭାଝୁଥୁରେ ଦ୍ରାବିଡ ଶବ୍ଦକୁ ଅଣଦେଖା କରାଯାଇଥିବାରୁ ରାଗି ଉଠିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ଏଥିପାଇଁ ରାଜ୍ୟପାଳ ଆରଏନ ରବିଙ୍କୁ ଏହି ପଦରୁ ହଟାଇବାକୁ ଦାବି କାରିବା ସହ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ଚେନ୍ନାଇରେ ଆୟୋଜିତ ହିନ୍ଦୀ ମାସ ସମାପନ ସମାରୋହରେ ରାଜ୍ୟପାଳ ଯୋଗ ଦେଇଥିବା ବେଳେ ସେଠାରେ ତାମିଲନାଡୁର ରାଜ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ହେଲେ ଏଥିରୁ ଦ୍ରାବିଡ ଶବ୍ଦକୁ ଉଚ୍ଚାରଣ କରାଯାଇ ନଥିଲା। ରାଜ୍ୟପାଳ ଯେହେତୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ତେଣୁ ତାଙ୍କୁ ଷ୍ଟାଲିନ ଟାର୍ଗେଟ କରିଛନ୍ତି। ତାଙ୍କ ଇସାରରେ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ହେଲେ ରାଜ୍ୟପାଳଙ୍କ ଅଫିସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କାଯାଇଛି। ତାଙ୍କ ଅଫିସ ତରଫରୁ କୁହାଯାଇଛି ଯେ ରାଜ୍ୟପାଳ କେବଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁ ଟ୍ରୁପ ରାଜ୍ୟ ସଂଗୀତକୁ ପରିବେଷଣ କରୁଥିଲା ସେମାନେ ଦ୍ରାବିଡ ଶବ୍ଦକୁ ଭୁଲି ଯାଇଛନ୍ତି।

Advertisment

ତେବେ ଷ୍ଟାଲିନ ରାଜ୍ୟପାଳଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ଦେଶର ଜାତୀୟ ସଂଗୀତରୁ କ’ଣ ଏସ ରବି ଏହି ଦ୍ରବିଡ ଶବ୍ଦକୁ ହଟାଇବାକୁ ସାହାସ କରିବେ? ରାଜ୍ୟର ଜାତୀୟ ସଂଗୀତରୁ ଦ୍ରାବିଡ ଶବ୍ଦକୁ ହଟାଇବା ରାଜ୍ୟ ପ୍ରତି ଓ ତାମିଲ ଭାଷା ପ୍ରତି ଅପମାନ। ଏଥିପାଇଁ ସେ ତୁରନ୍ତ ରାଜ୍ୟପାଳଙ୍କୁ ହଟାଇବା ପାଇଁ କେନ୍ଦ୍ରକୁ କହିଛନ୍ତି। ଦ୍ରାବିଡଙ୍କ ପ୍ରତି ରାଜ୍ୟପାଳଙ୍କ ଘୃଣା ଭାବ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦ୍ରାବିଡ ଶବ୍ବକୁ ହଟାଇବା ଓ ତାମିଲ ଥାଇ ଶୁଭେଚ୍ଛା ଦେବା ତାମିଲନାଡୁ ଆଇନ ବିରୋଧୀ। ଆଇନ ଅନୁସାରେ ଯେଉଁ ବ୍ୟକ୍ତି କାମ କରୁ ନାହାନ୍ତି ଓ ନିଜ ଇଚ୍ଛାରେ କାମ କରୁଛନ୍ତି, ସେ ରାଜ୍ୟପାଳ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ରାଜ୍ୟପାଳ ଭାରତର ଏକତାକୁ ଅପମାନିତ କରୁଛନ୍ତି ଓ ଏହି ମାଟିରେ ରହୁଥିବା ବିଭିନ୍ନ ପ୍ରକାରର ଲୋକଙ୍କୁ ସମ୍ମାନ ଦେଉ ନାହାନ୍ତି ବୋଲି ସେ କହିଛନ୍ତି।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe