Advertisment

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରୁ ଜେଡିଏସ୍‌ ବିଧାୟକ ଏଚଡି ରେଭାନ୍ନା ଗିରଫ

ଗିରଫଦାରୀରୁ ବର୍ତ୍ତିବା ପାଇଁ ରେଭାନ୍ନା ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ବାସଭବନରେ ରହିଥିଲେ। କିନ୍ତୁ ଏସ୍‌ଆଇଟି ଟିମ ତାଙ୍କୁ ସେଠାରୁ ଗିରଫ କରିନେଇଛି।

HD Revanna

HD Revanna

Advertisment

ଅପହରଣ ମାମଲାରେ ଶେଷରେ ଗିରଫ ହୋଇଛନ୍ତି କର୍ଣ୍ଣାଟକାର ବିଜେପି ସହଯୋଗୀ ଜେଡିଏସ୍‌ର ବିଧାୟକ ଏଚଡି ରେଭାନ୍ନା। ତାଙ୍କୁ ଆଜି କର୍ଣ୍ଣାଟକା ପୁଲିସ୍‌ର ଏସ୍‌ଆଇଟି ଟିମ ଗିରଫ କରିଛି।

Advertisment

ଗିରଫଦାରୀରୁ ବର୍ତ୍ତିବା ପାଇଁ ରେଭାନ୍ନା ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ବାସଭବନରେ ରହିଥିଲେ। କିନ୍ତୁ ଏସ୍‌ଆଇଟି ଟିମ ତାଙ୍କୁ ସେଠାରୁ ଗିରଫ କରିନେଇଛି।

ଅପହରଣ ମାମଲାରେ ଫସିଥିବା ରେଭାନ୍ନା ଗିରଫଦାରୀରୁ ବର୍ତ୍ତିବା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଆଜି ବେଙ୍ଗାଲୁରୁର ଗୋଟିଏ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲା। ଆବେଦନ ଖାରଜ ହେବା କ୍ଷଣି ସେ ଗିରଫ ହୋଇଛନ୍ତି।

Advertisment

ଜଣେ ୨୦ ବର୍ଷୀୟ ଯୁବକଙ୍କ ମା’ଙ୍କୁ ରେଭାନ୍ନାଙ୍କ ଲୋକମାନେ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗକାରୀ ରାଜୁ ଏଚ୍‌ଡି ଓ ତାଙ୍କ ମା’ ମିଳିତ ଭାବେ ରେଭାନ୍ନାଙ୍କ ଫାର୍ମ ହାଉସରେ ଘରୋଇ ସହାୟକ ଭାବେ କାମ କରୁଥିଲେ।

ମହିଳାଙ୍କୁ ଏପ୍ରିଲ ୨୯ରେ ରେଭାନ୍ନାଙ୍କ ସମ୍ପର୍କୀୟ ସତୀଶ ବାବାନ୍ନା ଅପହରଣ କରିଥିଲେ। ଏହାପରେ ତାଙ୍କୁ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ରାଜଶେଖରଙ୍କ କାଲେନାଲ୍ଲି ସ୍ଥିତ ଫାର୍ମ ହାଉସରେ ବନ୍ଦୀ କରି ରଖାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍‌ ଉକ୍ତ ମହିଳାଙ୍କୁ ଫାର୍ମ ହାଉସରୁ ପୁଲିସ୍‌ ଉଦ୍ଧାର କରିଥିଲା।

ଏହାପରେ ପୁଲିସ୍‌ ରେଭାନ୍ନାଙ୍କ ନାଁରେ ଆଇପିସିର ଏକାଧିକ ଦଫାରେ ମାମଲା ରୁଜୁ କରିଥିଲା। ପୁଲିସ୍‌ ଲଗାଇଥିବା ଦଫା ଜାମିନ ବିହୀନ ହୋଇଥିବାରୁ କୋର୍ଟ ମଧ୍ୟ ରେଭାନ୍ନାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ। କୋର୍ଟଙ୍କ ନିଷ୍ପତ୍ତି ପରେ ପୁଲିସ ତାଙ୍କୁ ଗିରଫ କରିଛି।

ଏଚ୍‌ଡି ରେଭାନ୍ନାଙ୍କ ପୁଅ ହେଉଛନ୍ତି ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ। ଉଭୟ ବାପ-ପୁଅଙ୍କ ନାଁରେ ଯୌନ ନିର୍ଯାତନା ମାମଲା ମଧ୍ୟ ରହିଛି। ଏମାନଙ୍କର ଯୌନ କେଳେଙ୍କାରୀର ଏକାଧିକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପୁଲିସ୍‌ ପ୍ରଜ୍ଜ୍ୱଳଙ୍କୁ ଖୋଜୁ ଥିବା ବେଳେ ସେ ଜର୍ମାନୀ ପଳାଇଛନ୍ତି।

Bjp Karnataka JDS HD Revanna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe