Advertisment

ପୂର୍ବତନ ମନ୍ତ୍ରୀଙ୍କ ଖୁଲାସା - ଅନ୍ୟମାନଙ୍କ ପରି ମୁଁ ବି ଲାଞ୍ଚ ଖାଇଛି

ଅନ୍ୟ ବିଧାୟକ, ମନ୍ତ୍ରୀଙ୍କ ପରି ସେ ବି ଲାଞ୍ଚ ଖାଇଥିବା ସର୍ବସମ୍ମୁଖରେ କହିଲେ। ଆଉ ଏହି ଲାଞ୍ଚ ଟଙ୍କା କେଉଁଠୁ ଆସୁଛି ତାହା ବି ସ୍ପଷ୍ଟ କଲେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ।

Former-mp-minister-Deepak Joshi

Former-mp-minister-Deepak Joshi

Advertisment

ନିର୍ବାଚନୀ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମ୍ମୁଖରେ କହୁ କହୁ ଚାଞ୍ଚଲ୍ୟକର କଥା କହିଦେଲେ ପୂର୍ବତନ ମନ୍ତ୍ରୀ। ଯେଉଁ ଅଭିଯୋଗକୁ କୌଣସି ମନ୍ତ୍ରୀ, ବିଧାୟକ କେବେ ବି ସ୍ୱୀକାର କରନ୍ତି ନାହିଁ ତାକୁ ସେ ଭରପୂର ସଭାରେ ସ୍ୱୀକାର କଲେ। ଅନ୍ୟ ବିଧାୟକ, ମନ୍ତ୍ରୀଙ୍କ ପରି ସେ ବି ଲାଞ୍ଚ ଖାଇଥିବା ସର୍ବସମ୍ମୁଖରେ କହିଲେ। ଆଉ ଏହି ଲାଞ୍ଚ ଟଙ୍କା କେଉଁଠୁ ଆସୁଛି ତାହା ବି ସ୍ପଷ୍ଟ କଲେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ। ବସ୍‌ ଷ୍ଟପ ନିର୍ମାଣ ବେଳେ ହିଁ ସାଂସଦ, ବିଧାୟକଙ୍କୁ ଲକ୍ଷେ ଟଙ୍କା ଲେଖା ଲାଞ୍ଚ ମିଳୁଥିବା ବେଳେ ସେ ଖୋଦ ଏହା ପାଇଥିବା କହିଛନ୍ତି।

Advertisment

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ଶନିବାର କଂଗ୍ରେସର ରାଜଗଡ଼ ଲୋକସଭା ପ୍ରାର୍ଥୀ ଦିଗବିଜୟ ସିଂଙ୍କ ପାଇଁ ପ୍ରଚାର କରୁଥିଲେ। ରାଜଗଡ଼ ଅଞ୍ଚଳରେ ଏକ ଜନସଭାକୁ ସମ୍ବୋଧନ କରି ସେ ଏକ ଚାଞ୍ଚଲ୍ୟକର କଥାକୁ ସର୍ବସମ୍ମୁଖରେ ରଖିଦେଲେ। ନିଜ ଭାଷଣରେ ସେ ଗ୍ରାମୀଣ ଅଞ୍ଚଳରେ ବସ୍‌ ଷ୍ଟପ ନିର୍ମାଣ ବେଳେ ହେଉଥିବା ଲାଞ୍ଚ କାରବାରର ପର୍ଦ୍ଦାଫାଶ କରିଛନ୍ତି।  ଉକ୍ତ ସଭାରେ ଦିଗବିଜୟ ସିଂ ବି ଉପସ୍ଥିତ ଥିଲେ। 

ଏହି ଅବସରରେ ସେ କହିଛନ୍ତି, ଆପଣ ଜାଣିଛନ୍ତି କି, ଯେକୌଣସି ମନ୍ତ୍ରୀ, ବିଧାୟକଙ୍କୁ ସବୁଠୁ ଅଧିକ କମିଶନ ନିଜ ଅଞ୍ଚଳରେ ବସ୍‌ ଷ୍ଟପ୍‌ ନିର୍ମାଣ ହେଲେ ମିଳିଥାଏ। ମୁଁ ବି ଏପରି କିଛି କମିଶନ ପାଇଛି ।

Advertisment

ଦୀପକ ଯୋଶୀ ଗତ ବର୍ଷ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ଏହାପରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ଏବେ ଏପରି ବିବାଦୀୟ ମନ୍ତବ୍ୟ ତାଙ୍କ ପାଇଁ କ’ଣ ସମସ୍ୟା ଛିଡ଼ା କରିବ ତାହା ଆଗାମୀ ଦିନରେ ଜଣାପଡ଼ିବ । ରାଜଗଡ଼ ଅଞ୍ଚଳରେ ଲୋକସଭା ନିର୍ବାଚନ ଆସନ୍ତା ୭ ତାରିଖରେ ହେବ ।Bsdf tz

Election Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe