amit-shah
ଜମ୍ମୁ-କଶ୍ମୀରରେ ବଡ଼ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର। ଧାରା ୩୭୦ ହଟାଯିବା ପରେ ଏବେ ପୁଣି ଥରେ କେନ୍ଦ୍ର ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଡା ନିଷ୍ପତ୍ତି ନେଇଛନ୍ତି। ମୁସଲିମ ଲିଗ୍ ଜମ୍ମୁ କଶ୍ମରୀ ମସରତ ଆଲମ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି।
UAPA ଅଧୀନରେ ଏହାକୁ ଏକ 'ବେଆଇନ ସଙ୍ଗଠନ' ଭାବରେ ଘୋଷଣା କରାଯାଇଛି। ଏହି ସଙ୍ଗଠନ ଏବଂ ଏହାର ସଦସ୍ୟମାନେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ହେବା ସହିତ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏହି ଗୋଷ୍ଠୀକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ଏହି ଦଳକୁ ବ୍ୟାନ୍ କରାଯାଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଜଣାଇଛନ୍ତି।
ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏହି ସଂଗଠନ ଏବଂ ଏହାର ସଦସ୍ୟମାନେ ଉପତ୍ୟକାରେ ଜାତୀୟ ବିରୋଧୀ ତଥା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପକୁ ମଧ୍ୟ ସମର୍ଥନ କରନ୍ତି ଏବଂ ଜମ୍ମୁ-କଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ନିର୍ଦ୍ଦେଶ ଏବଂ ବାର୍ତ୍ତା ଅଛି ଯେ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୁଦ୍ଧରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି ଏଥିରୁ ରକ୍ଷା ପାଇବେ ନାହିଁ। ଆଇନ ଅନୁଯାୟୀ ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆସନ୍ତା ବର୍ଷ ଅର୍ଥାତ ୨୦୨୪ରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତି ଶେଷ ହେବା ପରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇପାରେ। ଜମ୍ମୁ-କଶ୍ମୀରରୁ କାର୍ଯ୍ୟ କରୁଥିବା ରାଜନୈତିକ ଦଳ ଏହି ସଂଗଠନ ସହ ମିଶି ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ଏହାକୁ ନିଷେଧ କରାଯାଇଥିବା ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/amit_shah_1703673570.jpeg)