Advertisment

ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଥିଲେ ମୁଖ୍ୟମନ୍ତ୍ରୀ, ହଠାତ୍‌ ହେଲା ପଥର ମାଡ଼

ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସାଙ୍ଗମା ଏବେ ବି ତୁରା ସ୍ଥିତ ଅଫିସ ଭିତରେ ରହିଛନ୍ତି। ଅଫିସ ବାହାରେ ଶତାଧିକ ଆନ୍ଦୋଳନକାରୀ ଆଟାକିଂ ମୁଡରେ ରହିଛନ୍ତି।

Chief Minister

Chief Minister

Advertisment

ମେଘାଳୟ ମୁଖ୍ୟମନ୍ତ୍ରୀ କନର୍ଡ ସାଙ୍ଗମା ଓ ତାଙ୍କ କାର୍ଯ୍ୟାଳୟ ଉପରକୁ ଆଜି ଶତାଧିକ ଲୋକ ଏକାଠି ହୋଇ ପଥର ମାଡ଼ କରିଛନ୍ତି। ‌ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ସୁରକ୍ଷା ଦାୟିତ୍ୱରେ ଥିବା ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି।

Advertisment

ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସାଙ୍ଗମା ଏବେ ବି ତୁରା ସ୍ଥିତ ଅଫିସ ଭିତରେ ରହିଛନ୍ତି। ଅଫିସ ବାହାରେ ଶତାଧିକ ଆନ୍ଦୋଳନକାରୀ ଆଟାକିଂ ମୁଡରେ ରହିଛନ୍ତି। ତୁରାରେ ଗୋଟିଏ ଶୀତକାଳୀନ ରାଜଧାନୀ ଗଠନ କରିବା ଦାବିରେ ଗାରୋ ଭିତ୍ତିକ ସାମାଜିକ ସଂଗଠନ ପକ୍ଷରୁ ଆମରଣ ଅନଶନ କରାଯାଉଥିଲେ।

ତେବେ ଆଜି ସନ୍ଧ୍ୟାରେ ହଠାତ୍‌ ସ୍ଥିତି ବିଗିଡ଼ି ଯାଇଥିଲା। ଶତାଧିକ ଲୋକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ମୁଖ୍ୟମନ୍ତ୍ରୀ ସାଙ୍ଗମା ମଧ୍ୟ ବାହାରକୁ ଆସି ଆନ୍ଦୋଳନକାରୀଙ୍କ ସହ କଥା ହୋଇଥିଲେ। ଆନ୍ଦୋଳନ କରୁଥିବା ସାମାଜିକ ସଂଗଠନ ପକ୍ଷରୁ ତୁରା ସହ ଏଚିକ ଓ ଜିଏଚଏସଏମସିରେ ଶୀତକାଳୀନ ରାଜଧାନୀ କରିବାକୁ ଦାବି କରାଯାଉଥିବାରୁ ଏ ବିଷୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରୁଥିଲେ।

Advertisment

ହଠାତ ଏହି ସମୟରେ ତାଙ୍କ ଅଫିସ ଉପରକୁ ପଥର ମାଡ଼ ଆରମ୍ଭ ହୋଇଯାଇଥିଲା। ଏଥିରେ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆହତ ସୁରକ୍ଷାକର୍ମୀଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ସୁରକ୍ଷାକର୍ମୀମାନେ ତଳେ ପଡ଼ି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କ କଥା ବୁଝୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ସାଙ୍ଗମା ସୁରକ୍ଷିତ ରହିଥିଲେ ହେଁ କାର୍ଯ୍ୟାଳୟରୁ ବାହାରିବାକୁ ସକ୍ଷମ ହୋଇ ନାହାନ୍ତି। କାରଣ ଶତାଧିକ ଆନ୍ଦୋଳନକାରୀ ବିଭିନ୍ନ ରାସ୍ତାକୁ ବନ୍ଦ କରି ରଖିଛନ୍ତି। ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସାଙ୍ଗମା ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ଆଜି ସନ୍ଧ୍ୟାରୁ ୩ ଘଣ୍ଟା ଧରି ଆଲୋଚନା ଜାରି ରଖିଥିଲେ। ହେଲେ ହଠାତ୍‌ ଏହି ଗ୍ରୁପ୍‌ର ଅଂଶବିଶେଷ ହୋଇ ନଥିବା କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ପଥରମାଡ଼ ଆରମ୍ଭ କରିଥିଲେ।

ପୁଲିସ୍‌ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏଥିସହ କେଉଁମାନେ ପଥର ମାଡ଼ କରିଥିଲେ, ସେମାନଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Attack On Police Meghalaya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe