Advertisment

ମଣିପୁରରେ ଥମୁନି ହିଂସା: ଯବାନଙ୍କୁ ଓହ୍ଲାଇ ଦେଇ ଗାଡ଼ି ଜାଳି ଦେଲେ

ସିଆରପିଏଫ ଯବାନମାନଙ୍କୁ ନେଇ ଯାଉଥିବା ବସ୍‌ଟି ଭଡ଼ାରେ ଆସିଥିଲା। ଏହି ବସ୍‌ଟି ମୈତେଇ ସଂପ୍ରଦାୟର ଜଣେ ଲୋକଙ୍କ ନାଁରେ ଥିବାରୁ କୁକି ସଂପ୍ରଦାୟର ଲୋକମାନେ ଏପରି କରିଥିବା କୁହାଯାଉଛି।

CRPF

CRPF

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସା ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଏବେ ବି ବେକାବୁ ରହିଛି। ସୋମବାର ରାତିରେ ମଣିପୁରର କାଙ୍ଗପୋକପିରେ ଘଟିଛି ଅଭାବନୀୟ ଘଟଣା।

Advertisment

ଏଠାରେ ଶତାଧିକ ଲୋକ ସିଆରପିଏଫର ଗୋଟିଏ ଗାଡ଼ିକୁ ଜାଳି ଦେଇଛନ୍ତି। ଯବାନମାନେ ସୁରକ୍ଷା ପାଇଁ ସେଠାକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି। ପ୍ରଥମେ ଲୋକମାନେ ଯବାନମାନଙ୍କୁ ଗାଡ଼ିରୁ ଓହ୍ଲାଇ ଯିବାକୁ କହିଥିଲେ। ସେମାନେ ଗାଡ଼ିରୁ ଓହ୍ଲାଇବା ପରେ ଲୋକମାନେ ଏଥିରେ ନିଆଁ ଲଗାଇ ଦେଇଥିଲେ। ମାତ୍ର କିଛି ମିନିଟ ମଧ୍ୟରେ ଗାଡ଼ିଟି ପୂରା ପୋଡ଼ି ପାଉଁଶ ହୋଇ ଯାଇଥିଲା। ତେବେ କେହି ବି ଏଥିରେ ମୃତାହତ ହୋଇ ନଥିବା ପୁଲିସ୍‌ କହିଛି।

ରାଜଧାନୀ ଇମ୍ଫାଲ ଠାରୁ ୪୫ କିମି ଦୂରରେ କାଙ୍ଗପୋକପି ରହିଛି। ଗାଡ଼ି ପୋଡ଼ି ଘଟଣାରେ ପୁଲିସ୍‌ ଅଜଣା ବ୍ୟକ୍ତିମାନଙ୍କ ବିରୋଧରେ ଗୋଟିଏ ମାମଲା କରିଛି।

Advertisment

ମାମଲା ରୁଜୁ କରିବା ପରେ କୁକି ସଂପ୍ରଦାୟର କିଛି ଲୋକଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ସିଆରପିଏଫ ଯବାନମାନଙ୍କୁ ନେଇ ଯାଉଥିବା ବସ୍‌ଟି ଭଡ଼ାରେ ଆସିଥିଲା। ଏହି ବସ୍‌ଟି ମୈତେଇ ସଂପ୍ରଦାୟର ଜଣେ ଲୋକଙ୍କ ନାଁରେ ଥିବାରୁ କୁକି ସଂପ୍ରଦାୟର ଲୋକମାନେ ଏପରି କରିଥିବା କୁହାଯାଉଛି।

ଗତ ସପ୍ତାହରେ ୨ଟି ଟ୍ରକରେ ଚୁରାଚାନ୍ଦପୁରରେ ବ୍ରିଜ ନିର୍ମାଣ ପାଇଁ ଜିନିଷ ଯାଉଥିଲା। ଏହି ସମୟରେ ଅଧିକାଂଶ ମୈତେଇ ଲୋକ ରହୁଥିବା ବିଷ୍ଣୁପୁର ଜିଲ୍ଲାରେ ଟ୍ରକ ଦୁଇଟିକୁ ଜାଳି ଦିଆଯାଇଥିଲା। ଏହାର ପ୍ରତିଶୋଧ ନେବାକୁ କୁକି ସଂପ୍ରଦାୟର ଲୋକମାନେ ଯବାନଙ୍କ ଗାଡ଼ି ଜାଳି ଦେଇଥିବା ଜଣାପଡ଼ିଛି।

ଯବାନମାନଙ୍କୁ ଧରି ଗାଡ଼ିଟି କଙ୍ଗପୋକପି ଜିଲ୍ଲା କମିଶନରଙ୍କ ଅଫିସକୁ ଯାଉଥିଲା। ଲୋକସଭା ନିର୍ବାଚନ ଶେଷ ହେବା ଦିନ ଠାରୁ ଯବାନମାନେ ସେଇଠାରେ ହିଁ ରହୁଛନ୍ତି। ସେଠାକୁ ଯିବା ବେଳେ ଏପରି ଘଟଣା ଘଟିଛି।

ଗତକାଲି ଠାରୁ ତେଲ, ବେବୀ ଫୁଡ, ମେଡିସିନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ନେଇ ଯାଉଥିବା ୬୦ଟି ଟ୍ରକ ଗୋଟିଏ ଦିନ ଧରି ଇମ୍ଫାଲ ଓ ଆସାମର ଚାଚରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୭ରେ ଅଟକି ରହିଥିଲା।

କୁକି ଆଦିବାସୀମାନେ ଜିରିବାମ ଠାରେ ଥିବା ବ୍ରିଜ୍‌ରେ ବିକ୍ଷୋଭ କରିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାସ୍ତା ଅବରୋଧକୁ ହଟାଯାଇଛି।

CRPF Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe