Bihar
ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ ପଡ଼ି ନଥିଲେ ହେଁ ବିହାର ଭଳି ଅନ୍ୟ କିଛି ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତେବେ ଭାରତ ବନ୍ଦ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ବିହାରର ଗୋପାଲଗଞ୍ଜ ଅଞ୍ଚଳରୁ ଆସିଛି।
ଭାରତ ବନ୍ଦ ଡାକରା ସତ୍ତ୍ୱେ ରାସ୍ତାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ରେ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଛନ୍ତି ବିକ୍ଷୋଭକାରୀ। ତେବେ ପୁଲିସ୍ ଓ ଆଉ କିଛି ଲୋକଙ୍କ ହସ୍ତକ୍ଷେପ ଯୋଗୁ ଗୋଟିଏ ବଡ଼ ଅଘଟଣ ଟଳି ଯାଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ଯାଉଥିବା ଗୋଟିଏ ହଳଦିଆ ରଙ୍ଗର ସ୍କୁଲ ବସ୍କୁ ବିକ୍ଷୋଭକାରୀମାନେ ଘେରି ଯାଉଛନ୍ତି। ସେମାନଙ୍କ ହାତରେ ବାଡ଼ି ମଧ୍ୟ ରହିଥାଏ। ଏହି ସମୟରେ ଜଣେ ଆନ୍ଦୋଳନକାରୀ ବସ୍ର ଠିକ ତଳେ ଗୋଟିଏ ଟାୟାରରେ ନିଆଁ ଲଗାଇ ଦେଇଛନ୍ତି। ଆଉ କିଛି ଟାୟାର ମଧ୍ୟ ରାସ୍ତାରେ ଅଧା ଜଳି ପଡ଼ିଥିବା ଦେଖିବାକୁ ମିଳୁଛି।
ଟାୟାର ଜଳୁଥିବା ବେଳେ ବସ୍ଟି ତା’ରି ଉପରେ ଯିବାକୁ ଚେଷ୍ଟା କରୁଛି। ବସ୍ରେ ପିଲାମାନେ ଥିବାରୁ ସେମାନେ ଏସବୁ ଦୃଶ୍ୟ ଦେଖି ଚିତ୍କାର କରିବା ଆରମ୍ଭ କରୁଛନ୍ତି। କିନ୍ତୁ ପୁଲିସ୍ ଓ ପ୍ରଶାସନର ହସ୍ତକ୍ଷେପ ଯୋଗୁ ବସ ଓ ଏହା ମଧ୍ୟରେ ଥିବା ପିଲାମାନେ ସୁରକ୍ଷିତ ସେଠାରୁ ଯିବାକୁ ସକ୍ଷମ ହୋଇଥିଲେ।
ଆଉ ଏକ ଭିଡିଓରେ ଉକ୍ତ ଅଞ୍ଚଳ ଦେଇ ଜଣେ ବାଇକ ଚାଳକ ମହିଳାଙ୍କୁ ବସାଇ ଯାଉଥିବା ବେଳେ ବିକ୍ଷୋଭକାରୀ ସେମାନଙ୍କୁ ଅଟକାଇ ହଲାପଟା କରିଥିବା ଦେଖିବାକୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bihar_1724254338.jpg)