Advertisment

ମୋବାଇଲରେ କଏଦ ହେଲା ବିସ୍ଫୋରଣର ଭୟଙ୍କର ଦୃଶ୍ୟ

ବିସ୍ଫୋରଣ ଯୋଗୁ ଚାରିଆଡେ ଖଣ୍ଡ ବିଖଣ୍ଡିତ ହୋଇ ବହୁ ଦୂର ଯାଏ ବିଛାଡି ହୋଇ ପଡିଛି ମୃତଦେହ। କେଉଁଠି କାହାର କଟା ହାତ ପଡିଛି ତ ଆଉ କେଉଁଠି କାହାର କଟା ଗୋଡ।

ଅଦ୍ୟତନ ହୋଇଛି
Blast in Firecracker Factory

Blast in Firecracker Factory

Advertisment

ମଧ୍ୟପ୍ରଦେଶ ହରଦାରେ ବେଆଇନ୍‌ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ ଦୃଶ୍ୟ ମୋବାଇଲ୍‌ ଫୋନ୍‌ରେ କଏଦ ହୋଇଛି।

Advertisment

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଠାରେ କାମ କରୁଥିବା ଲୋକଙ୍କ ମୃତଦେହ ଚାରିଆଡେ ଖଣ୍ଡ ବିଖଣ୍ଡିତ ହୋଇ ବହୁ ଦୂର ଯାଏ ବିଛାଡି ହୋଇ ପଡିଛି। କେଉଁଠି କାହାର କଟା ହାତ ପଡିଛି ତ ଆଉ କେଉଁଠି କାହାର କଟା ଗୋଡ। ସେହିପରି ୬୦ ଜଣ ନିଆଁରେ ପୋଡି ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତୁ ଚିକିତ୍ସା ଯୋଗାଇ ଦିଆଯାଇଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୋପାଲ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା ୫୦ଟି ଘରେ ନିଆଁ ଲାଗିଯାଇଛି। ବିସ୍ଫୋରଣ ଶବ୍ଦରେ ପ୍ରାୟ ଏକ ଡଜନରୁ ଅଧିକ ଘରର ଝରକା କାଚ ଭାଙ୍ଗି ଯାଇଛି। ପୂରା ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି।

ବିସ୍ଫୋରଣ ବେଳେ କିଛି ଲୋକେ ଏହି ପୂରା ଘଟଣାର ଦୃଶ୍ୟ ନିଜ ମୋବାଇଲରେ କଏଦ୍‌ କରିଛନ୍ତି। ତେବେ ଭିଡିଓ ତିଆରି କରୁଥିବା ଲୋକମାନେ ବିସ୍ଫୋରଣରେ ପ୍ରଭାବିତ ହୋଇଛନ୍ତି। ଘଟଣାସ୍ଥଲରେ ୪୦୦ରୁ ଅଧିକ ପୁଲିସ କର୍ମଚାରୀ ଉପସ୍ଥିତ ଥିବାବେଳେ ଏସ୍‌ଡିଆର୍‌ଏଫ୍ ଓ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ୫୦ରୁ ଅଧିକ ଆମ୍ବୁଲାନ୍ସ ରଖାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସେପଟେ ଘଟଣାପରେ ପୂରା ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦୦ରୁ ଅଧିକ ଘରକୁ ଖାଲି କରାଯାଇଛି। 

Advertisment

ଏହି ଘଟଣା ଦୋଷୀ ଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା। ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ଘୋଷଣା କରାଯିବା ସହ ମାଗଣା ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା ହୋଇଛି। 

ଆତଶବାଜି ପାଇଁ ରଖାଯାଇଥିବା ବାରୁଦରେ ନିଆଁ ଲାଗି ଏହି ବିସ୍ଫୋରଣ ଘଟିଛି। ଏହି ବାଣ ଫ୍ୟାକ୍ଟ୍ରିଟି ବେଆଇନ୍‌ ଭାବେ ଦୀର୍ଘ ଦିନ ଧରି ଚାଲିଥିବା କୁହାଯାଉଛି। ଏବେ ବି ଅନେକ ଲୋକେ କାରଖାନା ଭିତରେ ଫଶି ରହିଥିବା ଆଶଙ୍କା ରହିଛି। ଏହି ଫ୍ୟାକ୍ଟ୍ରି ଭିତରେ ମୋଟ ୧୫୦ ଜଣ କାମ କରୁଥିଲେ।  

Madhya Pradesh Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe