Advertisment

Mumbai Concert: ପପଷ୍ଟାରଙ୍କ କାର୍ଯ୍ୟକ୍ରମରୁ ୨୪ ଲକ୍ଷ ଟଙ୍କାର ମୋବାଇଲ୍‌ ଚୋରି

ସେ ମୁମ୍ବାଇରେ ପ୍ରଥମଥର କୌଣସି କାର୍ଯ୍ୟକ୍ରମ କରୁଥିବା ବେଳେ ୨୫ ହଜାର ଲୋକ ଉପସ୍ଥିତ ରହିଥିଲେ। ଦୀର୍ଘ ୯୦ ମିନିଟ ଧରି ଇଗଲେସିଆସଙ୍କ କନସର୍ଟ ଚାଲିଥିଲା। ଅନେକ ହଲିଉଡ ଗୀତ ଗାଇ ସେ ଦର୍ଶକଙ୍କୁ ଝୁମେଇଥିଲେ।

author-image
Hemant Lenka
Enrique-Iglesias

ପପଷ୍ଟାରଙ୍କ କନର୍ସଟ

ଖଚାଖଚ ଭିଡ଼। ଭରପୂର ଦର୍ଶକ। ଗୋଟେ ଟିକେଟର ଦାମ ୭ ହଜାର। ପ୍ରାୟ ୨୫ ହଜାର ଲୋକ ଏକାଠି ହୋଇଥିଲେ। ଏତେ ଲୋକଙ୍କ ଭିତରେ ଗୀତ ଗାଇ ମନୋରଞ୍ଜନ କରୁଥିଲେ ପ୍ରସିଦ୍ଧ ପପଷ୍ଟାର ଏନରିକ୍‌ ଇଗଲେସିଆସ। ମୁମ୍ବାଇ(Mumbai)ରେ ତାଙ୍କ କାର୍ଯ୍ୟକ୍ରମ ଚାଲିଥିଲା। ଅନେକ ବଡ଼ ବଡ଼ ଲୋକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ।

Advertisment

ହେଲେ ଏହି କାର୍ଯ୍ୟକ୍ରମ ସମୟରେ ଚୋରି ହୋଇଯାଇଛି ୭୩ଟି ମୋବାଇଲ। ଭିଡ଼ର ଫାଇଦା ଉଠାଇ ଏପରି ଲୁଟ କରାଯାଇଛି। ଚୋରି ହୋଇଥିବା ମୋବାଇଲ ଗୁଡ଼ିକର ଦାମ ୨୩.୮୫ ଲକ୍ଷ ଟଙ୍କା ହେବ। 

ମୁମ୍ବାଇରେ ଚାଲିଥିବା ଇଗଲେସିଆସଙ୍କ କନସର୍ଟ ବେଳେ ଏପରି ମୋବାଇଲ ଚୋରି ପୂରା ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି। କାର୍ଯ୍ୟକ୍ରମ ପରେ ପୁଲିସ୍‌(Police) ନିକଟରେ ମୋବାଇଲ ଚୋରି ନେଇ ଏକାଧିକ ଏଫଆଇଆର ହୋଇଛି। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଥିବା ଏମଏମଆରଡିଏ ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଇଗଲେସିଆସଙ୍କ କନସର୍ଟ ଥିଲା।

Advertisment

କାର୍ଯ୍ୟକ୍ରମର ସର୍ବନିମ୍ନ ଟିକେଟର ମୂଲ୍ୟ ୭ ହଜାର ଟଙ୍କା ରହିଥିଲା। ଏତେ ଟଙ୍କା ଦେଇ କାର୍ଯ୍ୟକ୍ରମକୁ ଆସିଥିବା ଲୋକମାନଙ୍କ ମୋବାଇଲ(Mobile) କିଏ ଚୋରି କଲା ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି। ସାଧାରଣ ମୋବାଇଲ ଚୋର କ’ଣ ୭ ହଜାର ଟଙ୍କା ଟିକେଟ ଦେଇ ଭିତରକୁ ଯିବା ସହ ଏତେ ସଂଖ୍ୟକ ମୋବାଇଲ ଲୁଟ କରିଛି କି ବୋଲି ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି। 

ମୋବାଇଲ ଚୋରି ନେଇ ଅଭିଯୋଗ କରିଥିବା ଲୋକଙ୍କ ମଧ୍ୟରେ ଜଣେ ମେକଅପ କଳାକାର, ହୋଟେଲ କର୍ମଚାରୀ, କିଛି ଶିକ୍ଷାର୍ଥୀ, ଜଣେ ସାମ୍ବାଦିକ ଓ କିଛି ବ୍ୟବସାୟୀ ରହିଛନ୍ତି। କାର୍ଯ୍ୟକ୍ରମ ଚାଲିଥିବା ବେଳେ କେହି ସେମାନଙ୍କ ମୋବାଇଲ ଚୋରି କରି ନେଇଥିବା ସେମାନେ କହିଛନ୍ତି। 

ବିଶ୍ୱ ସଂଗୀତ ଜଗତର ଚର୍ଚ୍ଚିତ ଚେହେରା ତଥା ଗ୍ରାମୀ ଆୱାର୍ଡ ୱିନର ଇଗଲେସିଆସଙ୍କ ହଜାର ହଜାର ‍ଫ୍ୟାନ୍ସ ମୁମ୍ବାଇରେ ରହିଛନ୍ତି। ତାଙ୍କୁ ଦେଖିବାକୁ ବୁଧବାର ସନ୍ଧ୍ୟା ବେଳେ ଜନସମୁଦ୍ର ସୃଷ୍ଟି ହୋଇଥିଲା।

ସେ ମୁମ୍ବାଇରେ ପ୍ରଥମଥର କୌଣସି କାର୍ଯ୍ୟକ୍ରମ କରୁଥିବା ବେଳେ ୨୫ ହଜାର ଲୋକ ଉପସ୍ଥିତ ରହିଥିଲେ। ଦୀର୍ଘ ୯୦ ମିନିଟ ଧରି ଇଗଲେସିଆସଙ୍କ କନସର୍ଟ ଚାଲିଥିଲା। ଅନେକ ହଲିଉଡ ଗୀତ ଗାଇ ସେ ଦର୍ଶକଙ୍କୁ ଝୁମେଇଥିଲେ। 

Mumbai Police Mobile